କାଦୁଅ ରାସ୍ତାରେ ଅଟକିଗଲା ଆମ୍ବୁଲାନ୍ସ:ଗର୍ଭବତୀଙ୍କୁ ଅଧା କିମି ବୋହିଲେ ମହିଳା

Get real time updates directly on you device, subscribe now.

ଝରିଗାଁ,(ବି.ବି.ନୁ୍ୟଜ୍): ଗୋଟିଏପଟେ କଙ୍ଗ୍ରା ପଞ୍ଚାୟତର ସର୍ଗିପାଣି ଗାଁରେ ବାଉଁଶ ଭାରରେ ବୁହା ହୋଇଛନ୍ତି ରୋଗୀ । ଅନ୍ୟପଟେ ଜଙ୍ଗଲ ଭିତର ଦେଇ କାଦୁଅ ପଚ୍ପଚ୍ ରାସ୍ତାରେ ଗର୍ଭବତୀଙ୍କୁ ବୁହାଯାଇଛି ଆମ୍ବୁଲାନ୍ସ ପର୍ଯ୍ୟନ୍ତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ରେ ଏଭଳି ପରିସ୍ଥିତିରେ କେବେବି ସୁଧାର ଆସୁନି । ରାସ୍ତା ନଥିବାରୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । କେତେବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ ତ ଆଉ କେତେବେଳେ ପ୍ରସବ ବେଦନାରେ ନାକେଦମ ହେଉଛନ୍ତି ଗର୍ଭବତୀ । ଫୁପୁଗାଁ ପଞ୍ଚାୟତର ତାରାଯୋଡିÿ ଗାଁରେ ଆଜି ଜଣେ ଗର୍ଭବତୀଙ୍କୁ ଜଙ୍ଗଲ ଭିତର ରାସ୍ତା ଦେଇ ଟେକି ଟେକି କାଦୁଅ ଭିତରେ ବୁହାଯିବା ଦୃଶ୍ୟ ଥିଲା ହୃଦୟ ବିଦାରକ ।
ସକାଳ ପ୍ରାୟ ୯ଟା ବେଳେ ତାରାଯୋଡି ଗାଁର ମୋହନ ହରିଜନଙ୍କ ସ୍ତ୍ରୀ ସୁନାମଣୀ ହରିଜନ(୨୨)ଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ଖବର ଦିଆଯାଇଥିଲା ୧୦୮ ଆମ୍ବୁଲାନ୍ସକୁ । କିନ୍ତୁ ବେଦନା ଅଧିକ ହେବାରୁ ଅଟୋ ଭଡ଼ା କରି ପରିବାର ଲୋକେ ଝରିଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ବାହାରିଥିଲେ । ଶିରିଆଗୁଡା ନିକଟରେ ଆଉ ଆଗକୁ ଗଡିନଥିଲା ଅଟୋର ଚକା । ଦୁଇପଟେ ଜଙ୍ଗଲ, ମଝିରେ ଥିଲା କାଦୁଅ ପଚପଚ୍ ରାସ୍ତା । ବାଧ୍ୟ ହୋଇ ପରିବାର ମହିଳାମାନେ ଗର୍ଭବତୀ ସୁନାମଣୀଙ୍କୁ ହାତରେ ବୋହି ବୋହି ପ୍ରାୟ ଅଧାକିଲୋମିଟର ଦୂରକୁ ନେଇଥିଲେ । ସେଠାରେ ଅଟକି ରହିଥିବା ଆମ୍ବୁଲାନ୍ସରେ ସୁନାମଣୀଙ୍କୁ ନିଆଯାଇଥିଲା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ । ଠିକ୍ ସମୟରେ ମହିଳା ଜଣଙ୍କ ଡାକ୍ତରଖାନାରେ ପହଞ୍ଚିଥିବାରୁ ସୁରକ୍ଷିତ ଅବସ୍ଥାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
ଏଭଳି ଭାବରେ ଦିନକୁ ଦିନ ବଢିଚାଲିଛି ଜନନୀ ଯାତନା । ଏହାର ଅନ୍ତ ଘଟୁନି । ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ ବୋଲି ସରକାର କହୁଛନ୍ତି । ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ୩୫୦ରୁ ଅଧିକ ଗାଁକୁ ପକ୍କା ରାସ୍ତା ନାହିଁ । ଦୁର୍ଗମ ଅଞ୍ଚଳରେ ଦୁର୍ବିଷହ ହୋଇପଡିଛି ଲୋକଙ୍କ ଜୀବନ । ପ୍ରତିଦିନ ଖଟିଆରେ ବୁହା ହେଉଛନ୍ତି ରୋଗୀ । ତଥାପି ପ୍ରଶାସନର ଚେତା ପଶୁନି । ଏହି କାରଣରୁ ଅନେକ ସମୟରେ ଗର୍ଭବତୀଙ୍କ ଜୀବନ ବାଜି ଲାଗିଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons