କାନାଡାରେ ଏ ବି ସିଂହ ସମ୍ମାନିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜିନେ୍ଦଗୀ ଫାଉଣ୍ଡେସନ ଜରିଆରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅଜୟ ବାହାଦୂର ସିଂହ (ଏ ବି ସିଂହ)ଙ୍କୁ କାନାଡାର ବ୍ୟାଙ୍କବୋରରେ ସମ୍ମାନିତ କରାଯାଇଛି । କାନାଡାର ଦକ୍ଷିଣ ଏସୀୟ ସାଂସ୍କୃତିକ ସୋସାଇଟି ପକ୍ଷରୁ ‘ସୁପର ୩୦’ ଚଳଚ୍ଚିତ୍ରର ବିଶେଷ ପ୍ରଦର୍ଶନୀ ଉତ୍ସବରେ ଶ୍ରୀ ସିଂହଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଜିନେ୍ଦଗୀ ଫାଉଣ୍ଡେସନ ଜରିଆରେ ଶ୍ରୀ ସିଂହ ନିଜ ବ୍ୟୟରୁ ପ୍ରତିବର୍ଷ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି । ୨୦୧୮-୧୯ରେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ସରକାରୀ ଡାକ୍ତରୀ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ଜିନେ୍ଦଗୀ କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ଓ ପଢ଼ିବାର ସମସ୍ତ ସୁବିଧା ସୁଯୋଗ ସହ ଡାକ୍ତରୀ ପ୍ରବେଶିକା ପରିକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ଚଳିତ ବର୍ଷ ୧୫ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଗ୍ରହଣ କରୁଛନ୍ତି । ଏ ଅବସରରେ ଶ୍ରୀ ସିଂହ କହିଛନ୍ତି, ତାଙ୍କର ଡାକ୍ତର ହେବାର ସ୍ୱପ୍ନ ଅଧାରେ ରହିଗଲା । ଏଣୁ ସେ ଗରିବ ଛାତ୍ରଛାତ୍ରୀଙ୍କୁ ଡାକ୍ତର ଭାବେ ଗଢ଼ିବା ଲକ୍ଷ୍ୟରେ ଜିନେ୍ଦଗୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons