ଜୟପୁର,(ବି.ବି.ନୁ୍ୟଜ): ବୈପାରୀଗୁଡ଼ା ବ୍ଲକ ଗୁପ୍ତେଶ୍ୱର ବନାଞ୍ଚଳର କାନ୍ଦୁଲବେଡ଼ାରୁ ଏକ କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ଲମ୍ବ ୪ ଫୁଟ ହୋଇଥିବା ବେଳେ ଏହା ମଗର ପ୍ରଜାତିର । ପ୍ରାଥମିକ ଚିକିତ୍ସା ପରେ କୁମ୍ଭୀରକୁ ପାଖରେ ଥିବା ଏକ ନଦୀରେ ଛଡାଯାଇଥିବା ସହକାରୀ ବନ ସଂରକ୍ଷକ ସୁଭାଷଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଛନ୍ତି ।
ଶ୍ରୀ ଖୁଣ୍ଟିଆ କହିଛନ୍ତି, ଆଜି କାନ୍ଦୁଲବେଡ଼ାର ଏକ ପୋଖରୀରେ କୁମ୍ଭୀର ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ରାମଗିରି ଫରେଷ୍ଟର ଗଦାଧର ଚୌଧୁରୀଙ୍କୁ ଜଣାଇଥିଲେ । ଶ୍ରୀ ଚୌଧୁରୀ ଏବଂ ଅନ୍ୟ କର୍ମଚାରୀ ଗାଁରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ । ଏହାର ଲମ୍ବ ୪ ଫୁଟ ବୋଲି ଜଣାପଡିଥିଲା । ଡିଏଫଓ ନାୟକଶ୍ରୀ ଜଗଦୀଶ ପ୍ରସାଦ ସିଂଙ୍କ ନିଦେ୍ର୍ଧଶକ୍ରମେ ସହକାରୀ ବନ ସଂରକ୍ଷକ ପ୍ରଭୁଦତ୍ତ ହିମାଂଶୁ ମିଶ୍ର, ସେ(ଶ୍ରୀ ଖୁଣ୍ଟିଆ) ରାମଗିରିରେ ପହଞ୍ଚିଥିଲେ । କୁମ୍ଭୀରର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସୁସ୍ଥ ଥିବା ଜଣାପଡିବା ପରେ ପାଖରେ ଥିବା ଏକ ନଦୀର ପ୍ରାକୃତିକ ବାସସ୍ଥଳୀରେ ଅପରାହ୍ନରେ ଛଡାଯାଇଥିଲା । ରାମଗିରି ଫରେଷ୍ଟର ଶ୍ରୀ ଚୌଧୁରୀ, ହଳଦୀକୁଣ୍ଡ ଫରେଷ୍ଟର କାର୍ତ୍ତିକେଶ୍ୱର ଖଣ୍ଡେଇ, ଗୁପ୍ତେଶ୍ୱର ଫରେଷ୍ଟା ଚୈତନ୍ୟ ତନ୍ତ୍ରୀ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.