କାନ୍ଦ ବୋବାଳିରେ ଫାଟିପଡ଼ୁଛି ସୁନାନ୍ତର

Get real time updates directly on you device, subscribe now.

ଶେରଗଡ଼,(ବି.ବି.ନୁ୍ୟଜ୍): ହୋମଗାର୍ଡ ବନବାସୀ ମହାରଣାଙ୍କ ମରଶରୀର ଆଜି ଶେରଗଡ଼ ବ୍ଲକ ସୁନାନ୍ତର ଗ୍ରାମରେ ପହଞ୍ଚିଛି । ବନ୍ଧୁ ବାନ୍ଧବ, ସମ୍ପର୍କୀୟ ସାଙ୍ଗ ସାଥୀ, ସାହି ପଡେ଼ାଶୀ ବନବାସୀଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ସୁନାନ୍ତର ଗ୍ରାମ । ମୃତୁ୍ୟ ଖବର ଜଣାପଡ଼ିବା ପର ଠାରୁ ଗାଁରେ ଶୋକାକୁଳ ପରିବେଶ ରହିଛି । ସେହିପରି ଶରଗଡ଼ ଥାନା ପକ୍ଷରୁ ମରଶରୀରରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ଗାର୍ଡ ଅଫ ଅନର୍ ଦିଆଯାଇଛି ।
ମାଲକାନାଗିରି ମାଥିଲି ଥାନା ଅଧୀନ ନୂଆଗୁଡ଼ା ଗ୍ରାମରେ ଗତ ଶନିବାର ଏକ ଦୁଃଖଦ ଘଟଣା ଘଟିଥିଲା । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ବନବାସୀଙ୍କ ମୃତୁ୍ୟ ହୋଇଛି । ସେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ସୁନାନ୍ତର ଗ୍ରାମର । ମାଳକାନଗିରି ଜିଲ୍ଲା ଓର୍କେଲ ଥାନାରେ ହୋମଗାର୍ଡ ଭାବେ କାମ କରୁଥିଲେ । ଆଜି ମୃତଦେହ ଗାଁରେ ପହଞ୍ଚିବାପରେ ଲୋକାରଣ୍ୟ ହୋଇଯାଇଥିଲା । ବନବାସୀ ଥିଲେ ପରିବାରର ରୋଜଗାରିଆ ପୁଅ । ଶତାଧିକ ଲୋକ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତେ ବାହୁନି କାନ୍ଦୁଥିଲେ । ବନବାସୀଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ଏସ୍ଆଇ ବିଦେଶୀ ସେଠୀ, ଏଏସ୍ଆଇ ବିଷ୍ଣୁପ୍ରସାଦ ଦାଶ, ହାବିଲଦାର ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଶୋଭାଯାତ୍ରାରେ ସୁନାନ୍ତର ଶ୍ମଶାନରେ ଅନ୍ତିମ ସକ୍ରାର କରାଯାଇଛି । ଏହି ସମୟରେ ଧନନ୍ତର ସରପଞ୍ଚ ରୁନୁ ସ୍ୱାଇଁ, ମକରା ସ୍ୱାଇଁ, କାଳିଆ ଜେନା, ସମିତିସଭ୍ୟ ବିଜୟ ଲକ୍ଷ୍ମୀ ପାତ୍ର, ରବୀନ୍ଦ୍ର ପାତ୍ର, ଶେରଗଡର ବ୍ୟବସାୟୀ କେଦାର ନାଥ ପାତ୍ର ଉପସ୍ଥିତ ଥିଲେ ।
ସୂଚନା ଥାଉ କି, ଶନିବାର ମାଥିଲି ଥାନା ଅନ୍ତର୍ଗତ ନୁଅାଁଗଡ ଗ୍ରାମକୁ ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ପୁଲିସ ଟିମ ଯାଇଥିଲା । ଗଞ୍ଜେଇ ମାଫିଆଙ୍କ ଟାଙ୍ଗିଆ ଚୋଟରେ ବନବାସୀଙ୍କ ମୃତୁ୍ୟ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ସୁନାନ୍ତର ଗ୍ରାମରେ ପହଞ୍ଚିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons