କାବ୍ୟାଙ୍କ ଜୀବନ୍ତ ଅଭିନୟ

Get real time updates directly on you device, subscribe now.

ପୂର୍ବରୁ କାବ୍ୟାଙ୍କୁ ଯିଏ ଚଳଚ୍ଚିତ୍ର ‘ଖୁସି’ରେ ଦେଖିଥିବେ ସେ ଜାଣିଥିବ ତାଙ୍କ ଅଭିନୟ । ସେ ସମ୍ପର୍କରେ ଆଦୌ ଆଲୋଚନା କରିବାର ନାହିଁ । ଜଣେ ଉଚ୍ଚକୋଟୀର, ପ୍ରତିଭାସମ୍ପନ୍ନ ଅଭିନେତ୍ରୀ । କାହାଣୀ ପଢ଼ିଲା ପରେ ନିଜକୁ ଚରିତ୍ର ସହ ଖାପଖୁଆଇ ନିଅନ୍ତି । ଅଭିନୟରେ ଅତି ସୁନ୍ଦର ଭାବେ ତାକୁ ଫୁଟାନ୍ତି, ଯେ କେହି ଦେଖି ଆଶ୍ଚର୍ଯ୍ୟ ହେବେ । ସିନେମାରେ ଚରିତ୍ର ଛୋଟ ଥାଉ କି ବଡ଼ । ସେଥିରେ ତାଙ୍କର ଫରକ୍ ପଡେ଼ନା । କାରଣ ସେ ଜାଣିଛନ୍ତି ତାଙ୍କୁ କିପରି ଅଭିନୟ କରିବାକୁ ପଡ଼ିବ । ସୁଟିଂ ସେଟ୍ରେ ବି ତାଙ୍କୁ ବିଶେଷ କିଛି କହିବାକୁ ପଡେ଼ନି । ଚିତ୍ରନାଟ୍ୟ, ଚରିତ୍ର ଆଉ କାହାଣୀକୁ ବୁଝିଗଲା ପରେ ସେ ଧରିନିଅନ୍ତି ଏଠି କେଉଁ ଭଳି ଭାବେ ନିଜକୁ ଉପସ୍ଥାପନ କରିବାକୁ ହେବ । ଏବେ ତାଙ୍କୁ ଲିଡ୍ରେ ନେଇ ଜ୍ୟୋତି ପ୍ରଡକ୍ସନ ପ୍ରସ୍ତୁତ କରୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ । ଯାହାର ନିଦେ୍ର୍ଧଶନା ଦେଉଛନ୍ତି ରାଜୀବ ମହାନ୍ତି । ଯାହାଙ୍କ ସହିତ ସେ ପୂର୍ବରୁ ମୁକ୍ତିଲାଭ ଅପେକ୍ଷାରେ ଥିବା ବାୟୋପିକ୍ ସିନେମା ‘ସହିଦ ରଘୁ ସର୍ଦ୍ଧାର’ରେ କାମ କରିଛନ୍ତି । ସେଥିରେ ବି ଏହିଭଳି ଏକ ଚରିତ୍ର ନିଭାଇଛନ୍ତି, ଯାହା ଦେଖିଲା ପରି ହୋଇଛି । ସର୍ଦ୍ଧାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି । ଏବେ ତା’ଠାରୁ ଆହୁରି ଅଧିକ ଭଲ କରିବାର ପ୍ରୟାସରେ ରହିଛନ୍ତି । ‘ଭୋକ’ କାବ୍ୟାଙ୍କ ସାଥୀ ସାଜିଛନ୍ତି ଅଙ୍କିତ । ଆଶା ଦୁଇଟି ଯାକ ସିନେମା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସ୍ୱତନ୍ତ୍ର ଛାପ ଛାଡ଼ିବ ଆଉ ତାଙ୍କ ପାଇଁ ଆହୁରି ଲୋକପ୍ରିୟତା ଆଣିଦେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons