କାମରେ ଲାଗୁନି ବେହେରାମୁଣ୍ଡା ମାର୍କେଟ କମ୍ପେ୍ଲକ୍ସ

Get real time updates directly on you device, subscribe now.

ଚନ୍ଦାହାଣ୍ଡି, (ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ବେହେରାମୁଣ୍ଡା ମାର୍କେଟ କମ୍ପେ୍ଲକ୍ସ କମାରେ ଲାଗୁନି । ପଂଚାୟତ ଇଲାକାରେ ଦୀର୍ଘ ୬୦ ଦଶନ୍ଧି ହେଲା ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ପ୍ରଶାସନ ଦ୍ୱାରା ନିର୍ମାଣ କରାଯାଇ ଥିବା ମାର୍କେଟ କମ୍ପେ୍ଲକ୍ସ ଯାଇ କେହି ଦୋକାନ ଖୋଲି ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । କାମ ଅତି ନିମ୍ନମାନର ହୋଇଥିବାରୁ କମ୍ପେ୍ଲକ୍ସ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଏପଟେ ବ୍ଲକ ପ୍ରଶାସନ ଆଉ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାନ କରିବାକୁ ସଜବାଜ ହେଉଥିବା ଲୋକେ ପ୍ରକାଶ କରିଛନ୍ତି ।
ଦଶ ବର୍ଷ ତଳେ ବେହେରାମୁଣ୍ଡା ପଂଚାୟତ କାର୍ଯ୍ୟଳୟ ପାଖରେ ପ୍ରଶାସନ ଦ୍ୱାରା ମାର୍କେଟ କମ୍ପେ୍ଲକ୍ସ ଗୃହ ନିର୍ମାଣ କରାଯାଇଥିଲା । ଏହାର କାର୍ଯ୍ୟ ମନ୍ଥର ଗତିରେ ଚାଲିବା ସହ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଏଥିରେ ଗ୍ରାମର କେହି ଦୋକାନ ଖୋଲିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଣୁ ଏହା ପରିତ୍ୟକ୍ତ ଭାବରେ ପଡ଼ି ରହିଥିବା ଦେଖିବାକୁ ମିଲୁଛି । କିଏ ଦୋକାନ ଖୋଲିଥିଲେ ହୁଏତ ପଂଚାୟତ ମାସିକ କିଛି ରାଜସ୍ୱ ପାଇପାରିଥାନ୍ତା । ଠିକାଦାର ଏବଂ କିଛି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏହା ନିର୍ମାଣ ହୋଇଥିବାରୁ କମା ଅତି ନିମ୍ନମାନର ହୋଇଥିବା ଏବଂ ପଂଚାୟତ ରାଜସ୍ୱ ହରାଇ ବସୁଥିବା ଏବେ ଚର୍ଚ୍ଚା ଜୋର୍ ଧରିଛି । ପୁରୁଣା କଥା ନବୁଝି ବର୍ତ୍ତମାନ ସେଠାରେ ଆଉ ଏକ ନୂଆ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ କାହିଁକି ସଜବାଜ ଚାଲିଛି ତାହାକୁ ନେଇ ଗ୍ରାମବାସୀ ମହଲରେ ପ୍ରଶ୍ନ ହେଉଛି । ଏ ସଂପର୍କରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝିଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ତାହା ସମ୍ଭବ ନ ହେବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons