ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବର୍ହିବିଭାଗକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । ଦୁଇ ଦିନ ପାଇଁ ସଟଡାଉନ୍ ଘୋଷଣା ଯୋଗୁଁ ଏହି ବନ୍ଦ ଘୋଷଣା କରିଛନ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ।
ମଙ୍ଗଳବାର ହସ୍ପିଟାଲ ତରଫରୁ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଫଳରେ ୯ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରୋକିବାକୁ ଯାଇ ଉପଖଣ୍ଡ ଚିକିତ୍ସାଳୟକୁ ବୁଧବାର ଓ ଗୁରୁବାର ଦୁଇ ଦିନ ପାଇିଁ ସଟଡାଉନ୍ ଘୋଷଣା କରାଯାଇଛି । ଫଳରେ ଏହି ଦୁଇ ଦିନ ଆଉଟ ଡୋର ବନ୍ଦ ରହିଛି । ତେବେ ଏହି ସମୟରେ ଚିକିତ୍ସାଳୟର ଜରୁରିକାଳୀନ ସେବା ଜାରି ରହିବ । ପୂର୍ବରୁ ମଧ୍ୟ ୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ମୋଟ୍ ୧୩ ଜଣ ମେଡିକାଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।


Comments are closed, but trackbacks and pingbacks are open.