କାମ୍ପା ପାଣ୍ଠିରେ କେନ୍ଦ୍ରର ବକେୟା ନାହିଁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଜଙ୍ଗଲ କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା କର୍ତ୍ତୃପକ୍ଷ (କାମ୍ପା) କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର କୌଣସି ଅର୍ଥ ଦେବାକୁ ବାକି ନାହିଁ । ୨୦୦୯-୧୦ରୁ ୨୦୧୭-୧୮ ସୁଦ୍ଧା କେନ୍ଦ୍ର ସରକାର ଆଡ୍ହକ୍ କାମ୍ପା ପାଣ୍ଠିରୁ ୨୬୪୪ କୋଟି ୧୫ ଲକ୍ଷ ଟଙ୍କା ଦେଇଛନ୍ତି । ସେହିପରି କାମ୍ପା ଆଇନ ୨୦୧୬ ଓ କାମ୍ପା ଆଇନ ୨୦୧୮ କାର୍ଯ୍ୟକାରୀ ହେବା ପରେ ୨୦୦୬-୦୭ରୁ ୨୦୧୯ ପର୍ଯ୍ୟନ୍ତ ଆଡହକ୍ କାମ୍ପାରେ ଜମା ହୋଇଥିବା ଅର୍ଥ ମିଳାମିଶା କଲା ପରେ ରାଜ୍ୟର ଭାଗ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ରାଜ୍ୟ କାମ୍ପାକୁ ଦେଇଛି କେନ୍ଦ୍ର । ଏଭଳି ତଥ୍ୟ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଆରୁଖ କହିଛନ୍ତି, ୨୦୦୯-୧୦ରୁ ୨୦୧୭-୧୮ ସୁଦ୍ଧା କେନ୍ଦ୍ର ସରକାର ଆଡ୍ହକ୍ କାମ୍ପା ପାଣ୍ଠିରୁ ୨୬୪୪ କୋଟି ୧୫ ଲକ୍ଷ ଟଙ୍କା ମିଳିଥିବାବେଳେ ଖର୍ଚ୍ଚ ହୋଇଛି ୨୪୯୩ କୋଟି ୩୦ ଲକ୍ଷ । ସେହିପରି ରାଜ୍ୟ ସରକାର ୨୦୧୯-୨୦ରେ ୬୧୬.୯୦ କୋଟି ଟଙ୍କା ଦେଇଥିବାବେଳେ ଖର୍ଚ୍ଚ ହୋଇଛି ୧୨୮.୨୭ କୋଟି ଟଙ୍କା । ଏଭଳି ଭାବେ ମିଳିଥିବା ମୋଟ ଅନୁଦାନରୁ ୨୬୨୧ କୋଟି ୫୭ଲକ୍ଷ ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଆରୁଖ ଏହି ଉତ୍ତର ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଷ୍ଣୁଚରଣ ସେଠୀ, ପ୍ରତାପ କେଶରୀ ଦେବ, ମୋହନ ମାଝୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରରୁ ମିଳିଥିବା ପାଣ୍ଠିର ଖର୍ଚ୍ଚ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons