କାମ ବାହାନା ଚଳିବନି, ବାହାର ଜିଲ୍ଲା ପୋଲିସକୁ ପୁରୀ ମନା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଅଫିସ୍ କାମ ବାହାନା କରି କୌଣସି ଜିଲ୍ଲା ବାହାରର ପୋଲିସ ପୁରୀକୁ ଯାଇପାରିବେ ନାହିଁ । ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଜିଲ୍ଲାର ପୋଲିସ ଅଧିକାରୀଙ୍କ ପୁରୀ ଯିବା ଉପରେ କଟକଣା ଲଗାଇଛନ୍ତି ପୋଲିସ ଡିଜି ଅଭୟ । ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଏଭଳି ଗାଇଡଲାଇନ୍ ଜାରି କରିଛନ୍ତି ଡିଜିପି । ଆବଶ୍ୟକ ପଡିଲେ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଅନୁମତି ନେଇ ପୁରୀ ଯିବାକୁ ନିଦେ୍ର୍ଧଶ ଦିଆଯାଇଛି । କିଛି ମାସ ତଳେ ଲକଡାଉନ୍ ପିରିଅଡରେ ଯାଜପୁର ପୋଲିସର ଜଣେ ଅଧିକାରୀ ପୁରୀ ଯାଇ ଶ୍ରୀମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons