ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ସ୍ୱତନ୍ତ୍ର ସୀମା ସୁରକ୍ଷା ବାହିନୀର ଯବାନ ତଥା ରାଇରଙ୍ଗପୁର ମାଟିର ପୁଅ ଫାଗୁ ଟୁଡୁ (୩୦) ଙ୍କର ଅକାଳ ବିୟୋଗ ଘଟିଛି । ଶ୍ରୀନଗରଠାରେ କାର୍ଯ୍ୟରତ ଥିବା ବେଳେ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ୨୩ ତାରିଖରେ ମୃତୁ୍ୟ ଘଟିଥିଲା । ଗତକାଲି ସେନା ପକ୍ଷରୁ ଫାଗୁଙ୍କ ମରଶରୀରକୁ ସହକର୍ମୀମାନେ ତାଙ୍କ ଜନ୍ମମାଟି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦନା ଫାଣ୍ଡି ଅନ୍ତର୍ଗତ ଯୋଡ଼ାପୋଖରୀ ଗ୍ରାମକୁ ନେଇ ଆସିଥିଲେ । ଗ୍ରାମ ଶ୍ମଶାନରେ ଫାଗୁଙ୍କ ଅନ୍ତେ୍ୟଷ୍ଟି କ୍ରିୟା ସାମରିକ ସମ୍ମାନ ପ୍ରଦାନ ସହ ସମ୍ପନ୍ନ ହୋଇଛି । ଫାଗୁ ଟୁଡୁ ସ୍ୱର୍ଗତ ତଳ ଟୁଡୁଙ୍କର ଏକମାତ୍ର ସନ୍ତାନ ଥିଲେ । ପତ୍ନୀ ଏବଂ ୪ବର୍ଷର ଝିଅ ଏବଂ ବର୍ଷକର ପୁଅକୁ ସେ ଛାଡ଼ିଯାଇଛନ୍ତି ।
ସବିଶେଷ ସୂଚନା ଅନୁସାରେ ଯୋଡ଼ାପୋଖରୀ ଗ୍ରାମର ତଳ ଟୁଡୁଙ୍କ ଏକମାତ୍ର ପୁଅ ଫାଗୁ ଯୁକ୍ତ ଦୁଇ ପାଠ ପଢ଼ୁଥିବା ବେଳେ ସ୍ୱତନ୍ତ୍ର ସୀମା ସୁରକ୍ଷା ବାହିନୀର ଯବାନ ଭାବେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୀର୍ଘ ୧୧ବର୍ଷ ହେବ ଅତି ନିÂାର ସହ ନିଜ କମ୍ପାନୀରେ ରହି କାର୍ଯ୍ୟ କରୁଆସୁଥିଲେ । ଗତ ଡିସେମ୍ବର ମାସରେ ଗାଁକୁ ଛୁଟିରେ ଆସିଥିଲେ । ଛୁଟି ସାରି ନିଜ କର୍ମସ୍ଥଳୀ ଉତ୍ତରପ୍ରଦେଶର ପିଲଭିତକୁ ଫେରିଯାଇଥିଲେ । ସେଠାରୁ ଫାଗୁଙ୍କୁ ଶ୍ରୀନଗର ସ୍ଥିତ କମ୍ପାନୀର ଏସ ଏସ ବି ସି ଟି/ଜି ଡିକୁ ଡିଉଟି ପାଇଁ ପଠାଯାଇଥିଲା ।ଚଳିତ ମାସ ୧୯ତାରିଖରେ ଖାଇପିଇ ଦିନ ବେଳେ ଶୋଇଥିବା ସମୟରେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା । ତୁରନ୍ତ ଫାଗୁଙ୍କୁ ସେନା ମେଡିକାଲରେ ଚିକିତ୍ସା ପାଇଁ ସାଥୀ ଯବାନମାନେ ଭର୍ତ୍ତି କରିଥିଲେ । ଏ ନେଇ କମ୍ପାନୀ ତରଫରୁ ପରିବାରକୁ ଖବର ଦିଆଯାଇଥିଲା । ଖବର ପାଇ ପରିବାରର ଦୁଇ ଜଣ କାଶ୍ମୀରରେ ସେନା ଶିବିରୋର ପହଞ୍ଚିଥିଲେ । ପରିବାର ସହିତ ସେ ଏକାଧିବାର ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ । ତେବେ ପରେ ୨୨ ତାରିଖ ଦିନ ହଠାତ ଚିକିତ୍ସିତ ଅବସ୍ଥାରେ ଫାଗୁ ଗୁରୁତର ହୋଇପଡ଼ିଥିଲେ । ଏ ନେଇ ବିଭାଗୀୟ ପଦାଧିକାରୀ ଦିଲ୍ଲୀକୁ ଉନ୍ନତ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ପଠାଇବାକୁ ବ୍ୟବସ୍ଥା କରିଥିଲେ । ୨୩ ତାରିଖ ଅପରାହ୍ନ ତିନିଟା ସମୟ ବିମାନ ଆସିବାର ସମୟ ଥିଲା । ଦୁର୍ଭାଗ୍ୟକୁ ଏହା ପୂର୍ବରୁ ଅପରାହ୍ନ ଗୋଟାଏ ସମୟରେ ଯବାନ ଫାଗୁ ଟୁଡୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଗତକାଲି ବିମାନ ଯୋଗେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନ ବନ୍ଦରକୁ ଫାଗୁଙ୍କ ମରଶରୀର ପହଞ୍ଚିବା ପରେ ୫୬ ବାଟାଲିୟନର ଯବାନମାନେ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ଗାଁ ଯୋଡ଼ାପାଖରିଆ ଗ୍ରାମକୁ ଆଣିଥିଲେ ।ଗ୍ରାମରେ ମରଶରୀର ପହଞ୍ଚିବା ବେଳେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । । ମରଶରୀରରେ ଜେ ଏମ ଏମ ରାଜ୍ୟ ସଭାପତି ମହେଶ୍ୱର ହେମ୍ବ୍ରମ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଦିନ ଏଗାରଟାରେ ଶୋକକୁଳ ପରିବେଶରେ ଫାଗୁଙ୍କ ଶେଷଯାତ୍ରା ଆରମ୍ଭ ହୋଇଥିଲା । ଯବାନ ଫାଗୁଙ୍କ ଅଶ୍ରୁୂଳ ବିଦାୟ ଦେଇଥିଲେ ରାସ୍ତା ପାଶ୍ୱର୍ରେ ଅପେକ୍ଷାରତ ଗ୍ରାମର ଶହ ଶହ ଲୋକ । ତାଙ୍କର ଓ ଭାରତ ମାତାଙ୍କ ଜୟ ଜୟକାରରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ଉପସ୍ଥିତ ଯବାନମାନେ କାନ୍ଧରେ ବୋହିନେଇଥିଲେ ଶ୍ମଶାନକୁ । ସେଠାରେ ମରଶରୀରକୁ ଗାର୍ଡ ଅଫ ଅନର ଦେଇଥିଲେ ଉପସ୍ଥିତ ଏ ସ ଆଇ ଡି କାଶ୍ମୀର ସିଂ ।
ଅନ୍ୟପକ୍ଷରେ ଯବାନ ଫାଗୁ ଟୁଡୁଙ୍କ ସ୍ତ୍ରୀ ପାନ ଟୁଡୁ ଅଭିଯୋଗ କରିଛନ୍ତିଯେ ତାଙ୍କ ସ୍ୱାମୀଙ୍କୁ ଠିକ ସମୟରେ ଉପଯୁକ୍ତ ଚିକିତ୍ସା କରାାଯାଇନାହିଁ । ଫାଗୁଙ୍କ ପରିବାରରେ ତାଙ୍କ ମା’, ପତ୍ନ. ଝିଅ ଅନୁ ୁ (୪) ଓ ଶ୍ୟାମ (୧) ଅଛନ୍ତି । ବର୍ତ୍ତମାନ ଫାଗୁଙ୍କ ପରେ ତାଙ୍କ ପରିବାର ଚଳିବା କଷ୍ଟଦାୟକ । ତେଣୁ ଆସନ୍ତା ଦିନ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପାନ ଟୁଡୁ ଅନୁରୋଧ ଜଣାଇଛନ୍ତି । ଫାଗୁ ଆଗାମୀ ଛୁଟିରେ ଫେରିଲେ ଘର ତିଆରି କରିବେ ବୋଲି କହିଥିଲେ । ମାତ୍ର ତାଙ୍କ ସ୍ୱପ୍ନ ଅଧୁରା ରହିଗଲା । । ଶବ କୁ ଜେ ଏମ ଏମ ରାଜ୍ୟ ସଭାପତି ମହେଶ୍ବର ହେମ୍ବ୍ରମ ମର ଶରୀରରେ ପୁଷ୍ପ ଗୁଚ୍ଛ ଦେଇଥିଲେ ।
Comments are closed, but trackbacks and pingbacks are open.