କାର୍ୟ୍ୟରେ ଅବହେଳା ଅଭିଯୋଗରେ ସରପଞ୍ଚ ନିଲମ୍ବିତ

Get real time updates directly on you device, subscribe now.

ସୋର: କାର୍ୟ୍ୟରେ ଅବହେଳା ଯୋଗୁଁ ସରପଞ୍ଚ ନିଲମ୍ବିତ। ବିଭିନ୍ନ ସରକାରୀ ଉନ୍ନୟନ କାର୍ୟ୍ୟରେ ଅନିୟମିତତା ଓ ହିତାଧିକାରୀଙ୍କୁ ଠିକ ସମୟରେ ବିଲ ପୈଠ ନକରିବା ଆଦି ଅଭିଯୋଗରେ ଜିଲ୍ଲାପାଳ ତଦନ୍ତ ରିପୋର୍ଟକୁ ଆଧାର କରି ବାହାନଗା ବ୍ଲକ ଅଞ୍ଜିପଞ୍ଚାୟତର ସରପଞ୍ଚ ତପନ କୁମାର ରାଉତଙ୍କୁ ନିଲମ୍ବିତ କଲେ ରାଜ୍ୟ ପଞ୍ଚାୟତରାଜ ବିଭାଗ।
ଅଞ୍ଜିଗ୍ରାମପଞ୍ଚାୟତ ଖରିଦା ଗ୍ରାମରେ ୨୦୧୬/୧୭ ଆର୍ଥିକ ବର୍ଷରେ ହୋଇଥିବା ସିସିରୋଡ କାମରେ କାମ କରିଥିବା ଠିକାଦାରଙ୍କୁ ବିଲ କରାଇ ନ ଦେବା ଓ ସରକାରୀ ଉନ୍ନୟ କାର୍ୟ୍ୟରେ ବାଧା ଉପୁଜାଇବା ଏବଂ ସରକାରୀ ଉଚ୍ଚ ପଦାଧିକାରୀଙ୍କ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଞ୍ଚାୟତିରାଜ ବିଭାଗ ତଦନ୍ତ ପରେ ଆଜି ସରପଞ୍ଚଙ୍କୁ ନିଲମ୍ବନ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons