ଜଗତସିଂହପୁର :ଜଗତସିଂହପୁର-ତିର୍ତ୍ତଲ ଥାନା ସଁଅରା ଗୋପାଳପୁର ନିକଟରେ କାର ଅଟକାଇ ସୁନା ଗହଣା ଲୁଟ ଅଭିଯୋଗ । ବନ୍ଧୁକ ଦେଖାଇ ୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ । ଦୁଇଟି ପଲସରରେ ଜଣ ଦୁର୍ବୁର୍ତ୍ତ ଆସିଥିଲେ । ପୁଟିଙ୍ଗ ଗାଁ ର ସଞ୍ଜୟ ମଲିକ ଓ ତାଙ୍କର ପରିବାର ଏକ କାର ରେ ଭୁବନେଶ୍ୱର ରୁ ଗାଁକୁ ଫେରୁଥିବା ବେଳେ ଲୁଟ ହୋଇଛି ।
ପୁଟିଙ୍ଗ ଗ୍ରାମର ଗୋବର୍ଦ୍ଧନ ମଲ୍ଲିକଙ୍କ ପୁଅ ସଞ୍ଜୟ ମଲ୍ଲିକ, ତାଙ୍କ ଭାଇ ସୁବ୍ରତ ରଞ୍ଜନ ମଲ୍ଲିକ, ତାଙ୍କ ପତ୍ନୀ ମାନେ ଦୀପାବଳି ଉପଲକ୍ଷେ ଗାଁକୁ ଆସୁଥିବା ବେଳେ ଗୋପାଳପୁର ନିକଟରେ କାର କୁ ଅଟକାଇ ଥିଲେ ଦୁର୍ବୁତ୍ତ ।କାର ଅଟକାଇବା ପରେ ଦୁର୍ବୁତ୍ତ ମାନେ ମୁଣ୍ଡରେ ବନ୍ଧୁକ ଲଗାଇ ସଞ୍ଜୟଙ୍କ ପତ୍ନୀ ଓ ପରିବାର ଲୋକଙ୍କ ଠାରୁ ୨ଟି ସୁନା ହାର, ଗୋଟିଏ ମଙ୍ଗଳ ସୂତ୍ର,୩ ହଳ କାନ ଜିନିଷ ଓ ପିନ୍ଧି ଥିବା ଚୁଡି ଲୁଟିଥିଲେ ଦୁର୍ବୁତ୍ତ ।
ଏପରିକି କାର ଚାବି ମଧ୍ୟ ନେଇଗଲେ ଦୁର୍ବୁର୍ତ୍ତ । ତିର୍ତ୍ତଲ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
Comments are closed, but trackbacks and pingbacks are open.