ଢେଙ୍କାନାଳ : କାର ଭିତରେ ୨ ବର୍ଷର ଶିଶୁକୁ ବନ୍ଦ ଚାଲିଗଲେ ବାପା ମା । ସ୍ବାମୀ ସ୍ତ୍ରୀ ୨ ବର୍ଷର ଶିଶୁକୁ କାର ଭିତରେ ବନ୍ଦ କରିଦେଇ ଡାକ୍ତରଖାନାକୁ ଇସିଜି କରାଇବା ପାଇଁ ଚାଲି ଯାଇଥିଲେ । ଆଉ ଏପଟେ କାର ଭିତରେ ବନ୍ଦ ଥିବା ଛୁଆଟି କାନ୍ଦି ଅଥୟ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନିକଟରେ । ଶିଶୁଟି ବନ୍ଦ କାର ଭିତରେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ ।
ଲୋକେ କୌଣସି ମତେ ହାତ ପୁରାଇ କାର୍ ଖୋଲିବା ପରେ ଶିଶୁକୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ତେବେ ସ୍ବାମୀଙ୍କର ଇସିଜି ପାଇଁ ଡାକ୍ତରଖାନା ଭିତରକୁ ଯାଇ ଏହି ଦମ୍ପତ୍ତି ଗହଳିଚହଳି ଶୁଣି ଆସିବା ପରେ ସେମାନଙ୍କ ଶିଶୁ ଥିବା ଜାଣିଥିଲେ । ଢେଙ୍କାନାଳ ଆନନ୍ଦନଗରର ପ୍ରଦୀପ ମିଶ୍ର ଓ ସୋନାଲି ମିଶ୍ରଙ୍କର ଏହି କାର୍ୟ୍ୟକୁ ଲୋକେ ତୀବ୍ର ସମାଲୋଚନା କରିଛନ୍ତି ।
Comments are closed, but trackbacks and pingbacks are open.