କାର ମଡ଼ାଇ ଯୁବକଙ୍କୁ ହତ୍ୟା

Get real time updates directly on you device, subscribe now.

ବୁର୍ଲା,(ବି.ବି.ନୁ୍ୟଜ୍): ପୁଣି ବୁର୍ଲାରେ ବୁଲିଲା ଖଣ୍ଡା । ପ୍ରାୟ ୩୦ ଜଣ ଅପରାଧିକ ଗୋÂୀର ସଂଘବଦ୍ଧ ଅତର୍କିତ ଆକ୍ରମଣରେ ଗୋଟିଏ ପରିବାରର ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି । ସେପଟେ, ଘଟଣା ଘଟିଥିବା ସେଣ୍ଟ୍ରାଲ ଲାଇନ୍ ଅଞ୍ଚଳ ରକ୍ତରଞ୍ଜିତ ହୋଇଯାଇଛି । ଆଜି ରାତି ପ୍ରାୟ ୯ଟା ବେଳକୁ ଘଟିଥିବା ଏହି ଘଟଣା ସାରା ବୁର୍ଲା ସହରକୁ ସ୍ତବ୍ଧ କରି ଦେଇଛି ।
ମିଳିଥିବା ସୂଚନା ମତେ ସେଣ୍ଟ୍ରାଲ୍ ଲାଇନ୍ କଲୋନର ବିଶୋଇ ପରିବାର ଉପରେ ଦୀର୍ଘ ୩ ବର୍ଷ ତଳର ରାଗକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ ପୀତବାଶ ବିସେଶାଇ (୫୦), ତାଙ୍କ ସ୍ତ୍ରୀ ସଂଗୀତା (୪୭), ତାଙ୍କ ବଡ ପୁଅ ବୁଲୁ (୩୪), ସାନ ପୁଅ ମୁନା (୩୦) ଏବଂ ପୀତବାଶଙ୍କ ଶଳା ନରେନ୍ଦ୍ର ଭାଣ୍ଡେକର (୫୨) ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ଆହତ ମାନେ ସୂଚନା ଦେଇଛନ୍ତି । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ମୃତୁ୍ୟ ଘଟିଥିବା ବେଳେ ମୁନା ଏବଂ ତାଙ୍କ ବାପା ପୀତବାସଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି ।
ସେମାନଙ୍କ କହିବା କଥା ହେଲା, ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଦଳବଦ୍ଧ ଭାବେ ପ୍ରାୟ ୩୦ ଜଣ ଯୁବକ ଆସି ଆଜି ରାତି ପ୍ରାୟ ୯ ଟାରେ ସେଣ୍ଟ୍ରାଲ୍ ଲାଇନ୍ ସ୍ଥିତ ପୀତବାସଙ୍କ ଘରେ ପହଞ୍ଚିଥିଲେ । ଦୁର୍ବୁତ୍ତଙ୍କ ମଧ୍ୟରୁ କିଛି ଜଣ ଏକ ମାରୁତି ସ୍ୱିପ୍ଟ ଡିଜାୟାର କାର୍ରେ ଆସି ବୁଲୁଙ୍କ ଉପରକୁ କାର ଚଢାଇ ଦେଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ତାପରେ ପୂର୍ବ ଯୋଜନା ମୁତାବକ ଦୁର୍ବୁତ୍ତମାନେ ଧରିଥିବା ଧାରୁଆ ଖଣ୍ଡା ଗୁଡିକରେ ସମସ୍ତ ପରିବାର ସଦସ୍ୟଙ୍କ ଉପରେ ଆତର୍କିତ ଆକ୍ରମଣ କରିଥିଲେ । ଫଳରେ ପରିବାରର ସମସ୍ତ ସଦସ୍ୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସମସ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯିବା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲା । ବୁର୍ଲା ମେଡିକାଲରେ ଏସ୍ଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କ ସମେତ ବରିÂ ପୁଲିସ ଅଧିକାରୀମାନେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons