କାଲିଠାରୁ କାଉଣ୍ଟରରେ ରିଜରଭେସନ ଟିକେଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ରିଜରଭେସନ ଟିକେଟ । ତେବେ କେତୋଟି କାଉଣ୍ଟର ଖୋଲିବ ସେ ନେି ଜୋନାଲ୍ ରେଲୱେ ନିଷ୍ପତ୍ତି ନେବ । କାଲିଠୁ କମନ ସର୍ଭିସ୍ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ ମିଳିବ ଜୋନାଲ ରେଲୱେକୁ ସାମାଜିକୁ ଦୂରତ୍ୱ ବଜାୟ ପାଇଁ ନିଦେ୍ର୍ଧଶ ଦିଆଯାଇଛି । କାଉଣ୍ଟରରେ ଖୋଲିବା ନେଇ ଇଷ୍ଟକୋଷ୍ଟ ପକ୍ଷରୁ ନିଦେ୍ର୍ଧଶ ଜାରି କରାଯାଇଛି । ଖୋର୍ଦ୍ଧା ରୋଡ ଡିଭିଜନର ୧୨ଟି ଷ୍ଟେସନରେ କାଉଣ୍ଟର ଖୋଲିବ । କଟକ, ଭୁବନେଶ୍ୱର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମପେଟା, ଇଚ୍ଛାପୁରମ୍, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ଼ । କେବଳ ନନ୍ କ୍ୟାସ୍ ପିଆରଏସ୍ ଟିକେଟ୍ କାଉଣ୍ଟରରେ ମିଳିବ । ସେପଟେ ଆସନ୍ତା ଜୁନ୍ ପହିଲାରୁ ଅତିରିକ୍ତ ୨ଶହ ଯାତ୍ରୀବାହୀ ଟ୍ରେନ୍ ଚାଲିବାକୁ ଥିବା ବେଳେ ଆଜିଠୁ ଟିକଟ୍ ବୁକିଂ ଆରମ୍ଭ ହୋଇଛି । ଏବେ କେବଳ ଅନଲାଇନ୍ରେ ଟିକେଟ ବୁକିଂ ହେଉଛି । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ କିଛି ଷ୍ଟେସନରେ ବୁକିଂ କାଉଣ୍ଟର ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ରେଲମନ୍ତ୍ରୀ ପୀୟୁଷ ଗୋୟଲ । ଏହାସହ ଦେଶରେ ଲକ୍ଷେ ୭୦ ହଜାର କମନ୍ ସର୍ଭିସ୍ ସେଣ୍ଟର ବି କାଲିଠୁ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଟିକଟ କନଫରମ୍ ଥିବା ଯାତ୍ରୀମାନେ ହିଁ କେବଳ ଷ୍ଟେସନରେ ପ୍ରବେଶ କରିପାରିବେ । ଆଗୁଆ ରିଜରଭେସନ ପାଇଁ ସର୍ବାଧିକ ୩୦ଦିନ ସମୟ ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons