ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନ ଆଜି (ବୁଧାବାର) ନିଜ ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ଜଗନ୍ନାଥ । ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛି ମାତ୍ରାରେ ବିଚୁ୍ୟତି ଥିବାରୁ ଅସନ୍ତୋଷ ଥିଲା ଓ ତାହା ଦୂର ହୋଇଛି ବୋଲି କହିଛନ୍ତି ଜଗନ୍ନାଥ । ନୂଆ କରି ଭୁବନେଶ୍ୱର ବିଜେପି ସଭାପତି ହୋଇଥିବା ବାବୁ ସିଂ ଜଗନ୍ନାଥଙ୍କୁ ଭେଟିବା ପରେ କହିଛନ୍ତି ଯେ, ଆମ ଭିତରେ କୌଣସି ମତାନ୍ତର ନାହିଁ । ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରଧାନ ଗତ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।
Comments are closed, but trackbacks and pingbacks are open.