କାଲି ବିଜେପୁର ଫଳ:ସକାଳ ୮ରୁ ଗଣତି ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେପୁର ବିଧାନସଭା ଉପନିର୍ବାଚନ ଲଢେ଼ଇ ସରିଛି । ନିର୍ବାଚନ ମଣ୍ଡଳୀର ୭୯.୧୭ଧ ମତଦାତା ପସନ୍ଦର ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ଇଭିଏମ୍ରେ ସିଲ୍ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ । ଅକ୍ଟୋବର ୨୪ରେ ଭାଗ୍ୟ ଖୋଲିବ ।
ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନି କହିଛନ୍ତି, ଶାନ୍ତି ଶୃଙ୍ଖଳାର ସହ ବିଜେପୁର ବିଧାନସଭା ଉପନିର୍ବାଚନ ଶେଷ ହୋଇଛି । ଷ୍ଟ୍ରଙ୍ଗ୍ରୁମର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଇଭିଏମ୍ ଓ ଭିଭିପାଟ୍ ମେସିନ ରଖାଯାଇଛି । ଉପନିର୍ବାଚନରେ ମୋଟ ୭୯.୧୭ଧ ମତଦାତା ଭୋଟ୍ କେନ୍ଦ୍ରକୁ ଆସି ମତଦାନ କରିଛି । ୨୦୧୯ ସାଧାରଣ ନିର୍ବାଚନରେ ଏଠାକାର ଭୋଟିଂ ହାର ୭୯ଧ ଥିଲା ବେଳେ ୨୦୧୮ ଉପନିର୍ବାଚନରେ ୮୨ଧ ରହିଥିଲା ।
ଶ୍ରୀ ଲୋହାନି କହିଛନ୍ତି, ଅକ୍ଟୋବର ୨୪ ବା ଆସନ୍ତା ଗୁରୁବାର ପଦମ୍ପୁର ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ପରିସରରେ ଭୋଟ ଗଣତି କରାଯିବ । ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଚାଲୁ ହେବ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ । ଏହାପରେ ଇଭିଏମ୍ ଭୋଟ ଗଣତି ଆରମ୍ଭ କରାଯିବ ।
ଭୋଟ ଗଣତି କେନ୍ଦ୍ରରେ ମୋଟ ୧୪ଟି ଟେବୁଲରେ ୧୦୩ ଜଣ ଭୋଟ ଗଣତି ଅଧିକାରୀଙ୍କୁ ନିୟୋଜନ କରାଯାଇଛି । ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ । ସେମାନଙ୍କ ମଧ୍ୟରେ ଜଣେ ଗଣତି ପର୍ଯ୍ୟବେକ୍ଷକ (କାଉଣ୍ଟିଂ ସୁପରଭାଇଜର୍) ରହିବାକୁ ଥିବା ବେଳେ ଜଣେ ଗଣତି ସହାୟକ (କାଉଣ୍ଟିଂ ଆସିଷ୍ଟାଣ୍ଟ) ଓ ଅନ୍ୟ ଜଣେ ମାଇକ୍ରୋ ଅବଜର୍ଭର ରହିବେ । ପ୍ରତି ଟେବୁଲ ପାଇଁ ଜଣେ ଲେଖାଏଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯାଇଛି ବୋଲି ସେ କହିଛନ୍ତି ।
ଏହାଛଡ଼ା ପ୍ରତି ଟେବୁଲରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ । ଯଦି ପ୍ରାର୍ଥୀ କୌଣସି ଟେବୁଲକୁ ଯିବାକୁ ଚାହିଁବେ, ତାହାହେଲେ ଏଜେଣ୍ଟଙ୍କ ସ୍ଥାନରେ ସେ ସେଠାକୁ ଯାଇପାରିବେ ।
ଓଡ଼ିଶା ସିଇଓ କହିଛନ୍ତି, ୧୪ଟି ଟେବୁଲ ମଧ୍ୟରୁ ଗୋଟିଏ ଟେବୁଲକୁ ଭିଭିପାଟ ଗଣତି ପାଇର୍ ବ୍ୟବହାର କରାଯିବ । ନିର୍ବାଚନ ଆୟୋଗଙ୍କ ସଦ୍ୟତମ ନିଦେ୍ର୍ଧଶ ମୁତାବକ, ଏଥିରେ ନିର୍ବାଚନ ମଣ୍ଡଳିର ଲଟେରି ଦ୍ୱାରା ଚୟନ ହେବାକୁ ଥିବା ୫ଟି ବୁଥ୍ର ଭିଭିପାଟ୍ ଗଣତି କରାଯିବ । ଭୋଟ ଗ୍ରହଣ କେନ୍ଦ୍ରର ମିଡିଆ ସେଣ୍ଟର ବ୍ୟତୀତ କୌଣସି ସ୍ଥାନକୁ ଇଲେକ୍ଟେ୍ରାନିକ୍ସ ଉପକରଣ ପ୍ରବେଶ ବାରମ୍ଭ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons