କାଳବୈଶାଖୀରେ ଘରକାନ୍ଥ ଭାଙ୍ଗିଲା

Get real time updates directly on you device, subscribe now.

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ବୁଧବାର ଓ ଗୁରୁବାର ଦୁଇଦିନ ପ୍ରବଳ ପବନ ସହ ବର୍ଷା ହୋଇଥିଲା । ଏଥିରେ ବାଣ୍ଡିଗୁଡ଼ା ପଞ୍ଚାୟତ ଗାଙ୍ଗରିଗୁଡ଼ା ଗାଁଁର ରାମଚନ୍ଦ୍ର ଗଣ୍ଡାଙ୍କ ଘର ନିକଟରେ ଥିବା ଏକ ନଡ଼ିଆ ଗଛ ଭାଙ୍ଗି ଯାଇଥିଲା । ଗଛଟି ଶ୍ରୀ ଗଣ୍ଡାଙ୍କ ଟିଣଛାତ ଘର ଉପରେ ପଡ଼ିଥିଲା । ଫଳରେ ଘରକାନ୍ଥ ସହ ଟିଣ ଭାଙ୍ଗି ଯାଇଛି । ଶ୍ରୀ ଗଣ୍ଡା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ: ମାନସ ରଥ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons