ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଡ଼ି ପଞ୍ଚାୟତର ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବଡ଼ ବଡ଼ ଗଛ ଉପୁଡ଼ି ପଡିବା ସହ ଘର ଛପର ଉଡ଼ି ଯାଇଛି । ଏଥିସହ ଅନେକ ଘରର ଆଜେବେଷ୍ଟସ୍ ମଧ୍ୟ ଉଡ଼ିଯାଇଛି । ଶୁକ୍ରବାର ରାତିରେ ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା ଫଳରେ ଏହି ଦୁଇଟି ଗାଁର ପ୍ରାୟ୨୦ ରୁ ଅଧିକ ଘର ଛପର ଓ ଆଜବେଷ୍ଟସ ଉଡ଼ି ଯାଇଛି । ଖବର ପାଇ ଶନିବାର ସକାଳେ ବିଷମକଯକ ରାଜ୍ୟ ନିରୀକ୍ଷକ ପ୍ରଭାବିତ ଗାଁ ଗୁଡିକରେପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।


Comments are closed, but trackbacks and pingbacks are open.