କାଳବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

Get real time updates directly on you device, subscribe now.

ଦିଗପହଣ୍ଡି,(ବି.ବି.ନୁ୍ୟଜ): ସୋମବାର ଅପରାହ୍ନରେରେ ଦିଗପହଣ୍ଡି ଅଞ୍ଚଳରେ କାଳବୈଶାଖୀ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ବର୍ଷା ପବନ ଲାଗି ରହିଥିଲା । କୋର୍ଟ ସାହିରେ ଗଡ଼ ପଡ଼ି ରାସ୍ତା ଅବରୋଧ ହୋଇଥିଲା ।
ସମୟ ପ୍ରାୟ ୪ଟା । ମାଡ଼ି ଆସିଲା ଘୂର୍ଣ୍ଣିଝଡ଼ । ବର୍ଷା ସାଙ୍ଗକୁ ପ୍ରବଳ ପବନ କିଛି ସମୟ ଧରି ଆରମ୍ଭ ହୋଇଯାଇଥିଲା । ପରେ ୫ ମିନିଟ୍ ହେଲା କୁଆପଥର ବର୍ଷା ହୋଇଥିଲା । କୋର୍ଟ ସାହିରେ ପ୍ରାୟ ୫ଟି ଗଛ ପବନରେ ଭାଙ୍ଗି ପଡ଼ିଯାଇଛି । ସୌଭାଗ୍ୟବସତଃ କାହାର ଧନଜୀବନ କ୍ଷତି ହୋଇନାହିଁ । ଅଗ୍ନିଶମ ବିଭାଗ ପ୍ରାୟ ୩ ଘଣ୍ଟା ପରିଶ୍ରମ କରି ଗଛ କାଟି ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସେହିପରି ଘୂର୍ଣ୍ଣି ଝଡ଼ରେ ପୁଞ୍ଜିକୟାଁ ଛକ ନିଟରେ କିଛି ଲୋକଙ୍କ ଘର ଟିଣ ଉଡାଇ ନେଇଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସାହିର ତାରାପ୍ରସାଦ ପଟ୍ଟନାୟକ କହିଛନ୍ତି । ଏହି ସମୟରେ ଘନଘନ ବଜ୍ରପାତ ହୋଇଥିଲା । ଘୂର୍ଣ୍ଣିଝଡ଼ରେ ବିଶେଷ କିଛି କ୍ଷୟକ୍ଷତିର ସୂଚନା ନଥିବା ତହସିଲଦାର ଆଦୈତ୍ୟ ସ୍ୱାଇଁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons