କୋଣାର୍କ , (ବି.ବି.ନୁ୍ୟଜ୍): ଗତକାଲି ରାତିରେ କାଳ ବୈଶାଖୀ ବର୍ଷାରେ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୨ଟି ପଞ୍ଚାୟତ ଓ ନିମାପଡ଼ା ଏନ୍ଏସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ , ୨୦୦୦ ଇଲେକ୍ଟି୍ର ଖୁଣ୍ଟ ଉପୁଡ଼ି ପଡିଥିବାରୁ ବିଦୁ୍ୟତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଏଥିସହ ବହୁ ପଲିଥିନ ଓ କଚାଘର ମାଟିରେ ମିଶିଛି । କ୍ଷୟକ୍ଷତି ଆକଳନ ପାଇଁ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଛନ୍ତି । ଏହାପରେ ସେସୁ ଅଧିକାରୀ ଓ ତହସିଲଦାରଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଆକଳନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ଅଞ୍ଚଳରେ ବିଦୁ୍ୟତ୍ ସରବରାହ ସ୍ୱାଭାବିକ ପାଇଁ ଦୁଇ ତିନି ଦିନ ଲାଗିବ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.