ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଏବଂ ରାଜ୍ୟର ବିଭାଜନ କରାଯିବା ପରେ ସେଠାକୁ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଇତିମଧ୍ୟରେ ସରକାରଙ୍କୁ ନିଜର ରିପୋର୍ଟ ଦେଇଛନ୍ତି । ସେଥିରେ ସେ କାଶ୍ମୀରରେ ସବୁ ଠିକଠାକ୍ ଥିବା ସହିତ ସ୍ଥାନୀୟ ଲୋକେ ଏଭଳି ପଦକ୍ଷେପକୁ ସ୍ୱାଗତ କରୁଥିବାର ଦର୍ଶାଇଛନ୍ତି ।
ଡୋଭାଲ ସେଥିରେ ଉଲ୍ଲେଖ କରିଛନ୍ତି କି କେନ୍ଦ୍ର ସରକାର ଯେପରି ଅତି ଯୋଜନାବଦ୍ଧ ଭାବେ ଏହାକୁ କାର୍ଯ୍ୟକାରୀ କରାଇଲେ ଏବଂ ଘାଟିରେ ସୁରକ୍ଷା ସୁନିଶ୍ଚିତ କଲେ, ତାହାକୁ ଲୋକେ ପସନ୍ଦ କରିଛନ୍ତି । ସେହିପରି ଜମ୍ମୁ-କାଶ୍ମୀରରେ ସ୍ଥିତି ସୁଧୁରିଲେ ତା’କୁ ପୁଣି ରାଜ୍ୟ ମାନ୍ୟତା ଦିଆଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ଲୋକେ ସ୍ୱାଗତ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଡୋଭାଲ ଏବେ ଜମ୍ମୁ-କାଶ୍ମୀରରେ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ଯେପରି ସୁରୁଖୁରୁରେ ହୋଇପାରିବ, ତାହା ସୁନିଶ୍ଚିତ କରିବାକୁ ଯାଇଛନ୍ତି । ଜମ୍ମୁ-କାଶ୍ମୀରରୁ ଲଦାଖକୁ ଅଲଗା କରାଯାଇ ଉଭୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିବାରୁ ଏହା ଆବଶ୍ୟକ ହୋଇପଡିଛି । ଏପରି ପରବର୍ତ୍ତନ ଯୋଗୁ ସାଧାରଣ ଲୋକେ ଯେପରି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି ।
Comments are closed, but trackbacks and pingbacks are open.