କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଦେଶ ବିରୋଧୀ କାର୍ଯ୍ୟ: ପ୍ରିୟଙ୍କା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ଲୋକ ମୁଁହ ନ ଖୋଲିବା ପାଇଁ ସରକାର ଚାପ ପକାଉଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି । ଏହା ସହ ରାଜନୈତିକ କାରଣରୁ ସରକାର ଏଭଳି ଦେଶ ବିରୋଧୀ ନୀତି ଆପଣାଇଥିବା ସେ ପ୍ରକାଶ କରିଛନ୍ତି । ଏନେଇ ପ୍ରିୟଙ୍କା ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓଟିରେ ଜନୈକ କାଶ୍ମୀର ମହିଳା ବିମାନ ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କାଶ୍ମୀର ସ୍ଥିତି ସମ୍ପର୍କରେ ଜଣାଉଛନ୍ତି । ମହିଳା ଜଣକ କହୁଛନ୍ତି ଯେ, ଛୋଟଛୋଟ ପୁଅଝିଅ ସ୍କୁଲ ଯାଇପାରୁ ନାହାନ୍ତି । ଯଦି କେହି ଘରକୁ ନ ଫେରୁଛି ଏବଂ ଆମେ ତାକୁ ଖୋଜୁଛୁ ତେବେ ପୁଲିସ ଆମକୁ ହେପାଜତକୁ ନେଇଯାଉଛି’ । ଭିଡିଓଟି ସେୟାର କରିବା ସହ ପ୍ରିୟଙ୍କା ଟୁଇଟ କରି ଲେଖିଛନ୍ତି ଯେ, ଆଉ କେତେଦିନ ପର୍ଯ୍ୟନ୍ତ ଏପରି ଚାଲିବ । ଇଏ(ଭିଡିଓରେ ଥିବା ମହିଳା) ସେହି ଲକ୍ଷଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ରାଷ୍ଟ୍ରବାଦ ନାମରେ ଚୁପ କରାଯାଉଛି । ଅନ୍ୟ ଏକ ଟୁଇଟରେ ପ୍ରିୟଙ୍କା ଲେଖିଛନ୍ତି ଯେ,କାଶ୍ମୀରରେ ଗଣତନ୍ତ୍ରର ହତ୍ୟା ହେଉଛି । ଏସବୁ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି ଏବଂ ଏସବୁ ଦେଶ ବିରୋଧୀ ନୀତି । ଏଣୁ ଆମକୁ ଏହା ବିରୋଧରେ ସ୍ୱର ଉଣ୍ଟଳନ କରିବାକୁ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons