ଇସଲାମାବାଦ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ପାକିସ୍ତାନକୁ ଲୋକହସା ହେବାକୁ ପଡ଼ିଛି। ଜାତିସଙ୍ଘ ମାନବାଧିକାର ପରିଷଦ(ୟୁଏନ୍ଏଚ୍ଆର୍ସି)ରେ କାଶ୍ମୀର ପ୍ରସଙ୍ଗରେ ପ୍ରସ୍ତାବ ପାରିତ ହେବାର ଶେଷ ଦିନ(ଗତକାଲି)ରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଏକତ୍ରିତ କରିବାରେ ପାକିସ୍ତାନ ବିଫଳ ହୋଇଛି। ଫଳରେ ପାକିସ୍ତାନକୁ ଏକ ବଡ଼ ଝଟ୍କା ଲାଗିଥିବା ବେଳେ ଭାରତର କୂଟନୀତିରେ ଏକ ବଡ଼ ବିଜୟ ହୋଇଛି।
ମିଳିଥିବା ସୂଚନା ଅନୁସାରେ UNHRCର ସଦସ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ପ୍ରସ୍ତାବ ପାରିତ କରିବା ପାଇଁ ଅତି କମ୍ରେ ୧୬ଟି ଦେଶର ସମର୍ଥନ ଆବଶ୍ୟକ ଥିବାବେଳେ ସମର୍ଥନ ଏକତ୍ରିତ କରିବାରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି।
Comments are closed, but trackbacks and pingbacks are open.