କିମ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସନେ୍ଦହ:ସତ୍ୟ ଜାଣିଛି କିନ୍ତୁ କହିବିନି: ଟ୍ରମ୍ପ

Get real time updates directly on you device, subscribe now.

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ତାହା ସେ ଭଲଭାବେ ଜାଣନ୍ତି । କିନ୍ତୁ ତାହା ସେ ପ୍ରକାଶ କରିବେ ନାହିଁ । ଏକ ସାମ୍ୱାଦିକ ସମ୍ମିଳନିରେ କିମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ଏପରି ବୟାନ ଦେଇଥିଲେ । ଟ୍ରମ୍ପ ପୁଣି କହିଥିଲେ ଯେ ସେ କିମ୍ଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହାନ୍ତି । ତାଙ୍କର ଏହି ବାକ୍ୟରୁ କିମ୍ ଜୀବିତ ଅଛନ୍ତି ବୋଲି ସେ ଇଙ୍ଗିତ କରିଥିବାର ମନେ କରାଯାଉଛି । ଏହାପରେ ଟ୍ରମ୍ପ କହିଥିଲେ କି ଯଦି ମୁଁ ଆମେରିକାର ରାଷ୍ଟ୍ରପତି ହୋଇ ନ ଥାନ୍ତି, ତା’ହେଲେ ବୋଧହୁଏ ଉତ୍ତର କୋରିଆ ସହିତ ଆମର ଯୁଦ୍ଧ ହୋଇସାରନ୍ତାଣି । କିମ୍ ଏବେ କେଉଁଠି ଅଛନ୍ତି ବୋଲି ଏକ ପ୍ରଶ୍ନର ଜବାବରେ ସେ କହିଥିଲେ ଯେ ଏହା କାହାକୁ ବି ଜଣାନାହିଁ । ଏହା ପୂର୍ବରୁ ଦକ୍ଷିଣ କୋରିଆର ଜଣେ ପ୍ରମୁଖ ସରକାରୀ ଅଧିକାରୀ କହିଥିଲେ ଯେ କିମ୍ଙ୍କ ସମ୍ପର୍କରେ ଯାହାସବୁ ପ୍ରଚାର କରାଯାଉଛି, ତାହା ସବୁ ଆଧାରହୀନ । ସତ କଥା ହେଉଛି କି ସେ ଜୀବିତ ଅଛନ୍ତି ଏବଂ ସମ୍ପୂଣ୍ଣ ର୍ ସୁସ୍ଥ ଅଛନ୍ତି । ଗତ କିଛି ଦିନ ହେଲା ରିପୋର୍ଟ ଆସୁଛି କି ହାର୍ଟ ସର୍ଜରୀ କରାଇବା ପରେ କିମଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା ଏବଂ ତାଙ୍କର ମୃତୁ୍ୟ ହୋଇସାରିଛି । ହଂକଂ ଏବଂ ଜାପାନର କିଛି ମିଡିଆ ସଂସ୍ଥା ନିଜ ରିପୋର୍ଟରେ କିମ୍ ମୃତୁ୍ୟବରଣ କରିସାରିଥିବାର ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons