କିଶୋର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): କିଶୋର ବୟସରେ ପ୍ରେମ । ପରିବାର ଲୋକେ ଜାଣିବା ପରେ ଗଛରେ ଓଢଣି ଲଗାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଛି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ସେମାନଙ୍କ ଚିକିତ୍ସା ଚାଲିଛି । ଏ ସମ୍ପର୍କରେ କିନ୍ତୁ ଦଶମନ୍ତପୁର ଥାନାରେ କୌଣସି ଏତଲା ଦିଆଯାଇନାହିଁ । ପ୍ରେମୀଯୁଗଳଙ୍କ ଘର ସେମ୍ବିତୋଟାଗୁଡା ଗାଁରେ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ନାବାଳକର ବୟସ ୧୫ ଓ ନାବାଳିକାର ବୟସ ୧୩ । ଉଭୟ ପରସ୍ପରକୁ ଭଲ ପାଉଥିଲେ । ଏକ ନିଛାଟିଆ ସ୍ଥାନରେ ଲୁଚିଛପି କଥା ହେଉଥିବା ସମୟରେ ପରିବାର ଲୋକେ ଦେଖିବାକୁ ପାଇଥିଲେ । ସେମାନଙ୍କ ପ୍ରେମକୁ ବିରୋଧ କରିଥିଲେ । ଏହି କାରଣରୁ ଉଭୟ ଏକ ଗଛରେ ଓଢଣି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗାଁର କେତେକ ଲୋକ ଏହା ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କୁ ଖବର ଦେଇଥିଲେ । ସୋମବାର ରାତି ପ୍ରାୟ ୮ଟା ବେଳେ ସେମାନଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons