କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ଦୁଇ ସହଯୋଗୀ ଗିରଫ

Get real time updates directly on you device, subscribe now.

ଆଠଗଡ : କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଆଠଗଡ଼ ବନବିଭାଗ । ଦନ୍ତା ହାତୀକୁ ମାରିବାକୁ ଯୋଜନା କରୁଥିବା ବେଳେ ଆଠଗଡ଼ ଓ ବଡ଼ମ୍ବା ବନବିଭାଗ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏହି ଦୁଇ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ।
ଅପରାଧୀମାନେ ହେଲେ ବଡ଼ମ୍ବା ଖୁଣ୍ଟକଟା ପଞ୍ଚାୟତର କଜଳବେଢା ଗ୍ରାମର ମନୋଜ ବେହେରା ଓ ବାଞ୍ଝବେରେଣା ଗ୍ରାମର ଗୌରାଙ୍ଗ ଦେହୁରୀ । ଏମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଗନ୍ ପାଉଡର, ଗୁଳି ଓ ଛୁରୀ ପ୍ରଭୃତି ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଗିରଫ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ସହଯୋଗୀ ଏବଂ ପୂର୍ବରୁ ଏମାନେ ଅନେକ ଶିକାରରେ ସମ୍ପୃକ୍ତ ବୋଲି ସୂଚନା ଦେଇଛି ଆଠଗଡ଼ ବନବିଭାଗ ।
ଏମାନଙ୍କୁ ଆଠଗଡ଼ ବନଖଣ୍ଡର କରଡ଼ା ସଂରକ୍ଷିତ ଜଙ୍ଗଲରୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ବାବୁଲିକୁ ରିମାଣ୍ଡର ଆଣି ଗିରଫ ଦୁଇ ସହଯୋଗୀଙ୍କୁ ସାମ୍ନା ସାମ୍ନି ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫଓ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons