କୁ୍ୟଆର-ସାମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ପଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍ସନ ସରଫେସ୍ ଟୁ ଏୟାର(କୁ୍ୟଆର-ସାମ୍) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ସୋମବାର ପୂର୍ବାହ୍ନ ୧୧.୪୫ମିନିଟ୍ରେ ଏହାର ପରୀକ୍ଷଣ କରାଯାଇଥିଲା । ଭୂପୃÂରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୩୦ କିମି ।
ପରୀକ୍ଷଣ ବେଳେ ଏହି କ୍ଷେପଣାସ୍ତ୍ରଟି ତା’ର ଟାର୍ଗେଟ୍କୁ ହିଟ୍ କରିଥିଲା । କୁ୍ୟଆର-ସାମ୍ କ୍ଷେପଣାସ୍ତ୍ରକୁ ମୋବାଇଲ ଲଞ୍ଚର ସାହାଯ୍ୟରେ ଯେ କୌଣସି ସ୍ଥାନକୁ ନିକ୍ଷେପ କରାଯାଇପାରିବ । ଏହା ଅକ୍ଳେଶରେ ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଟ୍ୟାଙ୍କ, ଏୟାରକ୍ରାପ୍ଟକୁ ଧ୍ୱଂସ କରିପାରିବ । ଭାରତ ଡାଇନାମିକ୍ସ ଓ ଡିଆର୍ଡିଓର ମିଳିତ ସହାୟତାରେ ଏହି କ୍ଷେପଣାସ୍ତ୍ରଟି ପ୍ରସ୍ତୁତ ହୋଇଛି । ପରୀକ୍ଷଣ ବେଳେ ମିସାଇଲ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ସିଷ୍ଟମର ନିଦେ୍ର୍ଧଶଙ୍କ ସମେତ ଡିଆର୍ଡିଓର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏହାର ପ୍ରଥମ ପରୀକ୍ଷଣ ୪ ଜୁନ୍ ୨୦୧୭ ମସିହାରେ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons