ନୂଆଦିଲ୍ଲୀ: ନିର୍ଭୟା କାଣ୍ଡରେ ସଂପୃକ୍ତଦୁଇ ଜଣ ଦୋଷୀଙ୍କଦ୍ୱାରାଦାଖଲ କରାଯାଇଥିବା କୁ୍ୟରେଟିଭ୍ ପିଟିସନ ଉପରେ ସୁପ୍ରିମକୋର୍ଟ ଚଳିତ ମାସ ୧୪ ତାରିଖରେ ଶୁଣାଣି କରିବେ । ବିଚାରପତି ଏନ ଭି ରମନ୍ନା, ବିଚାରପତି ଅରୁଣ ମିଶ୍ରା, ବିଚାରପତି ଆର ଏଫ ନରିମାନ, ବିଚାରପତି ଆର ଭାନୁମତୀ ଏବଂ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଅପରାହ୍ଣ ୧ଟା ୪୫ରେ ଏହି ଶୁଣାଣି କରିବେ । ବିନୟ ଶର୍ମା ଏବଂ ମୁକେଶ କୁମାର ନାମକଦୁଇ ଜଣ ଦୋଷୀ ଏହି କୁ୍ୟରେଟିଭ୍ ପିଟିସନଦାଖଲ କରିଛନ୍ତି ।
ସାଧାରଣତଃ ଏଭଳି ପିଟିସନର ଶୁଣାଣି ଖୋଲା କୋର୍ଟ ବଦଳରେ ବିଚାରପତିଙ୍କ ଚାମ୍ବରରେ କରାଯାଇଥାଏ । ଆଇନଗତ ପ୍ରକ୍ରିୟାରେ ଏହା ହେଉଛି ଶେଷ ପଦକ୍ଷେପ । ମୁକେଶ ଓ ବିନୟ ମୃତୁ୍ୟଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ଗୁରୁବାର ଏହି ପିଟିସନଦାଖଲ କରିଥିଲେ । ଉକ୍ତ ଗଣବଳା+ାର ଓ ହତ୍ୟାକାଣ୍ଡର ଆଉଦୁଇ ଜଣ ଦୋଷୀ ଅକ୍ଷୟ କୁମାର ସିଂ ଏବଂ ପବନ ଗୁପ୍ତା ଏପର୍ଯ୍ୟନ୍ତ କୁ୍ୟରେଟିଭ୍ ପିଟିସନଦାଖଲ କରିନାହାନ୍ତି ।
ଗତ ମଙ୍ଗଳବାରଦିଲ୍ଲୀ ଏକ ଅଦାଲତ ଏହି ୪ ଦୋଷୀଙ୍କୁ ଚଳିତ ମାସ ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ ପରିସରରେ ଫାଶୀଦଣ୍ଡାଦେଶଦିଆଯିବ ବୋଲି ଧାର୍ଯ୍ୟ କରିଛନ୍ତି । ୨୦୧୭ରେ ସୁପ୍ରିମକୋର୍ଟ ଉକ୍ତ ଚାରି ଦୋଷୀଙ୍କୁ ନିମ୍ନ ଅଦାଲତ ଏବଂଦିଲ୍ଲୀ ହାଇକୋର୍ଟଙ୍କଦ୍ୱାରା ପୂର୍ବରୁଦିଆଯାଇଥିବା ମୃତୁ୍ୟଦଣ୍ଡାଦେଶକୁ କାଏମ ରଖିଥିଲେ ।
Comments are closed, but trackbacks and pingbacks are open.