କୂଅରେ ପଡ଼ି ଯୁବକ ମୃତ

Get real time updates directly on you device, subscribe now.

କପ୍ତିପଦା,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଲାଡ଼ି ପଞ୍ଚାୟତ ଷେଣ୍ଢକଚ୍ଚା ଗାଁର ଜଣେ ଯୁବକ ଗଭୀର କୂଅରେ ପଡ଼ି ମୃତୁ୍ୟବରଣ କରିଛନ୍ତି । ମୃତକ ଜଣକ ଗଣେଶ୍ୱର ରାଉଳଙ୍କ ପୁଅ ବିଷ୍ଣୁମୋହନ ରାଉଳ(୪୦) ।
ବିଷ୍ଣୁମୋହନ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ହାଟରୁ ଘରକୁ ଫେରି ପତ୍ନୀଙ୍କୁ ଖାଇବା ପ୍ରସ୍ତୁତ କରିବା ପାଇଁ କହି ଶୌଚ ଲାଗି ନିକଟ ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ । ସେଠାରେ ଶୌଚ ସାରି ଏକ ଗଭୀର କୂଅରୁ ପାଣି କାଢ଼ି ଗୋଡ଼ହାତ ଧୋଉଥିବାବେଳେ ଗୋଡ଼ ଖସିଯିବାରୁ କୂପ ଭିତରକୁ ପଡ଼ି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ରାତିରେ ବିଷ୍ଣୁମୋହନଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ସକାଳେ ଉକ୍ତ କୂଅରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ପରିବାର ପକ୍ଷରୁ କପ୍ତିପଦା ଥାନାକୁ ଖବର ଦିଆଯାଇଥିଲା ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons