କୂଅରେ ପଡ଼ିଗଲା ଭାଲୁ:ସକାଳେ ଉଦ୍ଧାର

Get real time updates directly on you device, subscribe now.

ଛେଣ୍ଡିପଦା,(ବି.ବି.ନ୍ୟୁଜ୍): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଭାଗିଲାକଟା ଗ୍ରାମରେ ଏକ ପରିତ୍ୟକ୍ତ କୂଅରୁ ଦୁଇ ବର୍ଷର ଗୋଟିଏ ଛୁଆ ଭାଲୁ ସୋମବାର ଉଦ୍ଧାର ହୋଇଛି । ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏହି ଭାଲୁଟି ରାତିରେ କୋ÷ଣସି ପରିସ୍ଥିତିରେ କୂଅରେ ପଡ଼ି ଯାଇଥିଲା । ରାତିତମାମ କୂଅରେ ଛଟପଟ ଅବସ୍ଥାରେ ଥିବା ଥିବା ଭାଲୁଟି ଆଜି ସକାଳେ ଉଦ୍ଧାର ହୋଇଥିଲା । ଜଣାଯାଇଛି, ଖାନ୍ୟ ଅନ୍ୱେଷଣରେ ଆସି ଏହି ଭାଲୁ କୋଶଳା ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଭାଗିଲାଗଟା ଗ୍ରାମର ବିକ୍ରମ ସାହୁଙ୍କ ପୋଟଳ ବଗିଚାରେ ଥିବା ଏକ କୂଅରେ ପଡ଼ିଥିବା ଆଜି ସକାଳେ ମାଲିକ ଦେଖିବାକୁ ପାଇଥିଲେ । ତାଙ୍କଠାରୁ ସୂଚନା ପାଇ ଗ୍ରାମବାସୀ ଓ ସ୍ଥାନୀୟ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ କୁମାର ସାହୁ, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ ପହଞ୍ଚି ବିଭାଗୀୟ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଭାଲୁକୁ ଉଦ୍ଧାର କରିଥିଲେ । ଏକ ଶିଡ଼ି ତିଆରି କରି କୂଅ ଭିତରକୁ ଛଡ଼ା ଯାଇଥିଲା । ସେଇ ଶିଡ଼ି ଦେଇ ଭାଲୁ ବାହାରକୁ ଆସିବା ପରେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲ । ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons