କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

Get real time updates directly on you device, subscribe now.

ଆଠଗଡ଼,(ବି.ବି.ନୁ୍ୟଜ୍): ଆଠଗଡ଼ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାର ବୟସ ପ୍ରାୟ ୫ରୁ ୬ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟସ୍ଥ ଜମଧର ପାହାଡରୁ ଖାଦ୍ୟ ଅନ୍ୱେଷଣରୁ ଆସି ବଜ୍ରକାପ୍ତାଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି । ବଜ୍ରକାପ୍ତାଟି କୂଅ ଭିତରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଆଠଗଡ଼ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରେ ପଶି ଏକ ବାଲ୍ଟି ସାହାଯ୍ୟରେ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ବଜ୍ରକାପ୍ତାଟିର ଓଜନ ୫ରୁ ୬ କେଜି ହେବ ଏବଂ ଏହା ଏକ ଅଣ୍ଡିରା ବଜ୍ରକାପ୍ତା ବୋଲି ଜଣାପଡିଛି । ବଜ୍ରକାପ୍ତାଟି ସୁସ୍ଥ ଅଛି କିନ୍ତୁ ଡାକ୍ତରୀ ପରୀକ୍ଷା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁସ୍ମିତା ଲେଙ୍କା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons