କୃମିନାଶକ ଔଷଧ ଖାଇ ୩ ଛାତ୍ରୀ ଅସୁସ୍ଥ

Get real time updates directly on you device, subscribe now.

ଗୋରୁମହିଷାଣୀ, (ବି.ବି.ନୁ୍ୟଜ୍): ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସୁରିଆଗୋଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬Â ଶ୍ରେଣୀର ୩ଜଣ ଛାତ୍ରୀ କୃମି ନାଶକ ଔଷଧ ଖାଇ ଅସୁସ୍ଥ ହୋଇପଡିବାରୁ ଗୋରୁମହିଷାଣୀ ସିଏଚସିରେ ଚିକିତ୍ସିତ ହୋଇଛନ୍ତି । ସରକାରଙ୍କ ନିଦେ୍ର୍ଧଶମୁତାବକ ପ୍ରତ୍ୟେକ ବିଦ୍ୟାଳୟରେ କୃମିନାଶକ ବଟିକା ସେବନ କରିବା ପାଇଁ ଦିଆଯାଇଛି । ଗତକାଲି ଗୁହାଳଡାଙ୍ଗିରି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଉକ୍ତ ଔଷଧ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲା । ସୁରିଆଗୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱରୁପ ଚନ୍ଦ୍ର ନାଏକଙ୍କ କହିବା ଅନୁଯାୟୀ ମଧ୍ୟାହ୍ନ ଭୋଜନ ସରିବାର କିଛି ସମୟ ପରେ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବଟିକା ଖାଇବା ପାଇଁ ଦିଆଯାଇଥିଲା । ମାତ୍ର ବଟିକା ଖାଇବାପରେ ୬Â ଶ୍ରେଣୀର ଛାତ୍ରୀ ରଶ୍ମୀ ନାଏକ,ଲକ୍ଷ୍ମୀ ମୁଣ୍ଡାରୀ ଏବଂ ଟିକି ବିନ୍ଧାଣୀ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କର ବାନ୍ତି ହୋଇଥିଲା । ରଶ୍ମୀଙ୍କର ହାତଗୋଡ଼ ଟାଣିହୋଇଥିଲା ପ୍ରଧାନଶିକ୍ଷକ ତୁରନ୍ତ ଏନଆରଏଚଏମର ବ୍ଲକ ପ୍ରୋଗାମ ଅଫିସର ହିମାଂଶୁ ଶେଖର ପାତ୍ରଙ୍କୁ ଯୋଗାଯୋଗ କରିଥିଲେ । ଛାତ୍ରୀମାନଙ୍କୁ ତୁରନ୍ତ ଗୋରୁମହିଷାଣୀ ସିଏଚସିକୁ ଆଣିବା ପାଇଁ ସେ କହିଥିଲେ । ଗୋରୁମହିଷାଣୀ ସିଏଚସିରେ ଚିକିତ୍ସିତ ହେବା ପରେ ଲକ୍ଷ୍ମି ମୁଣ୍ଡାରୀ ଓ ଟିକି ବିନ୍ଧାଣୀ ସୁସ୍ଥ ହୋଇଥିଲେ । ଦୁହିଁଙ୍କୁ ପ୍ରଧାନଶିକ୍ଷକ ଶ୍ରୀ ନାଏକ ଓ ଶିକ୍ଷୟିତ୍ରୀ ଗଙ୍ଗାମଣି ମୁଣ୍ଡାରୀ ନେଇ ସେମାନଙ୍କ ଘରକୁ ଯାଇଥିଲେ । ମାତ୍ର ରଶ୍ମୀ ସ୍ୱାସ୍ଥ୍ୟରେ ଉନ୍ନତି ଆସିନଥିଲା । ହସପିଟାଲରେ ରଶ୍ମୀଙ୍କ ପିତା ଡିବାର ନାଏକ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ବିଳାସିନୀ ମୁଣ୍ଡା ଓ ବୈଶାଖୀ ମୁଣ୍ଡାଙ୍କୁ ହେପାଜତରେ ଛାଡ଼ି ପ୍ରଧାନଶିକ୍ଷକ ପଳାଇଥିଲେ । ରାତି ତମାମ ଦୁଇ ଛାତ୍ରୀ ଏବଂ ରଶ୍ମୀଙ୍କ ବାପା ଜଗିରହିଥିଲେ । ତେବେ ଗୋରୁମହିଷାଣୀ ସିଏଚସିରେ ଜଣେ ମାତ୍ର ରାତ୍ର ଜଗୁଆଳ କାର୍ଯ୍ୟରତ । ୨ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଶ୍ରୀ ନାଏକ ଅନ୍ୟ ଜଣେ ଛାତ୍ରୀଙ୍କୁ ଜଗିବା ପାଇଁ ଛାଡ଼ି ଚାଲିଯିବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଅପରାହ୍ନ ୨ଟା ୩୦ରୁ ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ମାତ୍ର ପ୍ରଧାନଶିକ୍ଷକ ଶ୍ରୀ ନାଏକ ଉପରିସ୍ଥ ଅଧିକାରୀଙ୍କୁ ଅନ୍ଧାରରେ ରଖିବା ମଧ୍ୟ ଆଲୋଚ୍ୟ ବିଷୟ ହୋଇଛି । ଏ ସମ୍ପର୍କରେ ଗୁହାଳଡାଙ୍ଗିରି କ୍ଲଷ୍ଟରର ସିଆରସିସି ଅଜିତ କୁମାର ମଣ୍ଡଳଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ପାଖରେ ଏ ସମ୍ବନ୍ଧରେ କୌଣସି ସୂଚନା ନଥିବା ପ୍ରକାଶ କରିଥିଲେ । ରାଇରଙ୍ଗପୁର ବ୍ଲକ ଗୋÂି ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଘଟଣାଟି ଉପରିସ୍ଥ ଅଧିକାରୀଙ୍କୁ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାଏକ ନଜଣାଇଥିବାରୁ ଅସନ୍ତୋଷ ପ୍ରକାଶ କରି ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାର ପ୍ରକାଶ କରିଥିଲେ । କୃମି ନାଶକ ବଟିକା ଛାତ୍ରଛାତ୍ରୀମାନଙ୍କୁ ଦେବା ସମୟରେ ଉଭୟ ଶିକ୍ଷା ଓ ସ୍ୟାସ୍ଥ ବିଭାଗ ସଜାଗ ରହି ଘଟଣାକୁ ତତ୍ପରଡା ଦେଖାଇବା ପାଇଁ ଅବିଭାବକମାନେ ଦାବୀ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons