କୃଷକ ଅଧିକାର ଯାତ୍ରାକୁ ସମ୍ବର୍ଦ୍ଧନା

Get real time updates directly on you device, subscribe now.

ମୁନିଗୁଡ଼ା,(ବି.ବି.ନୁ୍ୟଜ): କୃଷି ଆଇନ ପ୍ରତ୍ୟାହାର, ଚାଷୀଙ୍କ ଉପôାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଜନବିରୋଧୀ ବିଦୁ୍ୟତ୍ ବିଲ୍ ୨୦୨୦କୁ ପ୍ରତ୍ୟାହାର କରିବା ଲାଗି ଚାଲିଥିବା ରାଜ୍ୟସ୍ତରୀୟ କୃଷକ ଯାତ୍ରାକୁ ମୁନିଗୁଡାଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।
ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରାଜ୍ୟର ୨୦ଟି ଜିଲ୍ଲା ପରିକ୍ରମା କରି ଆସନ୍ତା ୨୩ ତାରିଖରେ ସହିଦ ଭଗତସିଂଙ୍କ ବଳିଦାନ ଦିବସରେ ଭୁବନେଶ୍ୱରରେ ପହଞ୍ଚିବ । ରବିବାର ହାଟମୁନିଗୁଡା ରାସ୍ତାରୁ ଅଖିଳ ଭାରତୀୟ କିଷାନ ମଜଦୁର ସଭାର ଶତାଧିକ କର୍ମୀ ଏହି ଦଳକୁ ସ୍ୱାଗତ କରିବା ସହ ଏକ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରି ଭୁର୍ଷିଖମା ଛକରେ ପହଞ୍ଚିଥିଲେ । ଏଆଇକେଏମ୍ଏସ୍ ଜିଲ୍ଲା ଆବାହକ ସୁବାସ କୁଲେସିକାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପଶ୍ଚିମ ଓଡିଶାର କୃଷକ ନେତା ଲିଙ୍ଗରାଜ, ଅଖିଳ ଭାରତୀୟ କିଷାନ ମଜୁଦର ସଭା ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ, ଏନ୍ଏପିଏମ୍ ନେତା ପ୍ରଫୁଲ୍ଲ ସାମନ୍ତରା, ଓଡିଶା କୃଷକ ସଭାପତି ଯମେଶ୍ୱର ସାମନ୍ତରାୟ, ଏଆଇକେଏସ୍ର ନେତା ରାମଚନ୍ଦ୍ର ମୁଦୁଲି, ନିରଞ୍ଜନ ମହାନ୍ତି, କୁଶନାଥ ପ୍ରଧାନ, ନିରାକାର ନାୟକ, ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଓ କୃଷକ ବିରୋଧୀ ନୀତି ସହ କର୍ପୋରେଟ୍ ସ୍ୱାର୍ଥକୁ ନିନ୍ଦା କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ହରିବନ୍ଧୁ କାଡ୍ରାକା, ଗଣେଶ ଜାକେସିକା, ନରେଶ ସୁନା, ରବି ନୁଣ୍ଡୃକା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ମୁନିଗୁଡା ବସ୍ଷ୍ଟାଣ୍ଡରେ ଶ୍ରମିକନେତା ଖଲି ପଣ୍ଡାଙ୍କ ନେତୃତ୍ୱରେ ଭୈରବୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ଏହି ଯାତ୍ରୀଦଳକୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons