ଜୟପୁର: କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନେ୍ଦାଳନ ୭ ମାସ ପୂରଣ ହୋଇଛି । ଏହି ଅବସରରେ ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ କରାଯାଇଛି । ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ନିକଟ ୨୬ ନମ୍ବର ଜାତୀୟରାଜପଥରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳୀୟ କର୍ମୀ । ସେମାନେ କହିଛନ୍ତି, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି କିଷାନ ମୋର୍ଚ୍ଚା ପକ୍ଷରୁ ଆନେ୍ଦାଳନ ଜାରି ରହିଛି । ଏହା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନି । କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ । ଆଜିର ଆନେ୍ଦାଳନରେ ସିପିଆଇ କର୍ମୀ ତଥା ଶ୍ରମିକନେତା ପ୍ରମୋଦ କୁମାର ମହାନ୍ତି, ଯୁଧିÂିର ରାଉଳ, ରାମକୃଷ୍ଣ ଦାସ, ସନ୍ନ୍ୟାସୀ ମାଳି,ଗୁପ୍ତ ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.