କେଉଁଠି ଗଡ଼ିଲା ତ କେଉଁଠି ଗଡ଼ିଲାନି ଘରୋଇ ବସ୍

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଲକ୍ଡାଉନ୍ ଯୋଗୁ ଦୀର୍ଘ ୨ମାସର ବ୍ୟବଧାନ ପରେ ଆଜିଠାରୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍ ମାଲିସ ସଂଘ ବସ୍ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ଏ ପର୍ଯ୍ୟନ୍ତ ବସ୍ ଗଡ଼ିନି । ଆଉ ଯେଉଁଠି ଗଡ଼ିଛି ଖୁବ୍ କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛି ବସ୍ । ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍ । ମାତ୍ର ୧୫ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ବୌଦ୍ଧ ଅଭିମୁଖେ ଗଡ଼ିଛି । ପରେ ବ୍ରହ୍ମପୁରଓ ବାଲୁଗାଁ ଅଭିମୁଖେ ବାହାରିଲା ଆୁ ୨ଟି ବସ୍ । ଭଦ୍ରକ ବସ୍ ଷ୍ଟାଣ୍ଡରୁ ମଧ୍ୟ କମ୍ ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା । ବସ୍କୁ ଧୋଇ ସଫାସୁତରା କରିବା ସହ ଯାତ୍ରୀଙ୍କୁ ସାନିଟାଇଜର ଦେଇ ବସ୍ ଭିତରକୁ ଛଡାଯାଇଥିବା କହିଛନ୍ତି କର୍ମଚାରୀ । ଅନ୍ୟପଟେ କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ଯାତ୍ରୀ ପହଞ୍ଚିଥିବା ବେଳେ କିନ୍ତୁ ଗୋଟିଏ ବି ବସଡ଼୍ ନଥିଲା । କିଛି ଯାତ୍ରୀ ରାଉରକେଲା ଓ ସମ୍ବଲପୁରକୁ ଯିବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ବସ୍ ନ ପାଇ ନିରାଶ ହୋଇଥିଲେ । କୋରାପୁଟ, ଜୟପୁରରେ ମଧ୍ୟ ଆଜି ବସ୍ ଗଡ଼ିନାହିଁ । ଗାଡ଼ି ମରାମତି ଏବଂ ବସ୍ କର୍ମଚାରୀ ନଥିବାରୁ ବସ୍ ଚଳାଚଳ ହୋଇନାହିଁ । ଆସନ୍ତା ଜୁନ୍ ପହିଲାଠାରୁ ବସ୍ ଚଳାଇବାକୁ ଜୟପୁର ଘରୋଇ ବସ୍ ମାଲିକ ସଂଘ କହିଛି । ସୂଚନାଯୋଗ୍ୟ, ଆଜିଠାରୁ ବସ୍ ଚଳାଚଳ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ । ରାଜ୍ୟରେ ୧୪ ହଜାର ବସ୍ ଥିବା ବେଳେ ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ । ବସ୍ରେ ଚଢ଼ିବାପୂର୍ବରୁ ଯାତ୍ରୀ ଓ କର୍ମଚାରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ସରକାର ଥର୍ମାଲ ସ୍କାନର ଯୋଗାଇଦେବାକୁ କହିଛି ସଂଘ । ତେବେ ବସ୍ ଭଡ଼ା ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons