କେଉଁ ବୟସରେ ବିବାହ କରିବେ ମହିଳା ? ସର୍ବନିମ୍ନ ବୟସ ସ୍ଥିର କରିବ ଟାସ୍କଫୋର୍ସ

Get real time updates directly on you device, subscribe now.

ନୂଆଦିଲ୍ଲୀ : ମହିଳାଙ୍କ ବିବାହ ବୟସ ନିର୍ଣ୍ଣୟ କରାଯିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବଜେଟ୍‌ ଉପସ୍ଥାପନା ବେଳେ ସୂଚନା ଦେଇଛନ୍ତି । ଏହି ଟାସ୍କ ଫୋର୍ସ ମହିଳାମାନେ କେଉଁ ବୟସରେ ମାଆ ହେବା ପାଇଁ ଉପଯୁକ୍ତ ସେ ବିଷୟରେ ସୂଚନା ଦେବ । ପୂର୍ବରୁ ଏହା ୧୮ ବର୍ଷ ରହିଛି । ବାଳ ବିବାହ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ।
ମାତୃ ମୃତ୍ୟୁହାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ୧୯୨୯ ମସିହାରେ ପ୍ରସ୍ତୁତ ହୋଇଥିବା ଶାରଦା ଆକ୍ଟରେ ସଂଶୋଧନ କରାଯ।ଇ ୧୯୭୮ ମସିହାରେ ମହିଳାଙ୍କ ବିବାହ ବୟସ ୧୮ ବର୍ଷ କରାଯାଇଥିଲା । ଏବେ ଭାରତ ଆଗକୁ ବଢୁଥିବା ବେଳେ ମହିଳାମାନଙ୍କ ପାଇଁ ପର୍ୟ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି ।
ଶାରଦା ଆଇନରେ ସଂଶୋଧନ କରାଯାଇ ମହିଳାଙ୍କ ବିବାହ ବୟସ ୧୮ ବର୍ଷ ଓ ପୁରୁଷର ବିବାହ ବୟସ ୨୧ ବର୍ଷ କରାଯାଇଥିଲା ।
ଶାରଦା ଆକ୍ଟ ବଦଳରେ ୨୦୦୬ ମସିହାରେ ବାଳ ବିବାହ ନିରୋଧ ଆଇନ ପ୍ରଣୟନ କରାଯାଇଥିଲା । ଏହି ଟାସ୍କ ଫୋର୍ସ ୬ ମାସ ମଧ୍ୟରେ ନିଜର ରିପୋର୍ଟ ଦେବ ।
ଏବେ ବେଟି ବଚାଓ ଓ ବେଟି ପଢାଓ ଯୋଜନାରେ ଝିଅମାନେ ଅଧିକ ସଂଖ୍ୟାରେ ପାଠ ପଢିବା ପାଇଁ ନାମ ଲେଖାଇଛନ୍ତି । ଝିଅମାନଙ୍କ ନାମଲେଖା ପ୍ରତିଶତ ୯୪.୩ ହୋଇଥିବା ବେଳେ ପୁଅମାନଙ୍କର ୮୯ ପ୍ରତିଶତ ।
ପୋଷଣ ତତ୍ତ୍ୱ ବିଷୟରେ ଜାଣିବା ପାଇଁ ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons