କେନାଲକୁ କାର୍ ଖସିଯିବାରୁ ୩ ଜଣଙ୍କ ମୃତୁ୍ୟ

Get real time updates directly on you device, subscribe now.

କଟକ : କଟକ ପ୍ରତାପନଗରୀ ନିକଟରେ ଭାରସାମ୍ୟ ହରାଇ କେନାଲକୁ କାର୍ ଖସିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ଅନ୍ୟ ଜଣେ ତେଲେଙ୍ଗାପେଣ୍ଠ ଅଞ୍ଚଳର ଗୌତମ ଦାସ । ତେବେ ତୃତୀୟ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ କଟକ ପ୍ରତାପନଗରୀ ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା କାର୍‌ । କାର୍‌ ଭିତରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲା । କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ରହିଥିବା ଜଣାପଡିଥିଲା । ଦୁର୍ଘଟଣାଗ୍ରସ୍ତ କାରଟି ଜଗତପୁର ଅଞ୍ଚଳର ବୋଲି ସୂଚନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons