କେନ୍ଦୁଝର ଜଙ୍ଗଲରୁ ମିଳିଛି ଦୁଇମୁଣ୍ଡିଆ ସାପ

Get real time updates directly on you device, subscribe now.

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟର ଢେଙ୍କିକୋଟ୍ ରେଞ୍ଜରୁ ବନ୍ୟଜୀବ ବିଶେଷଜ୍ଞ ଦୁଇ ମୁଣ୍ଡିଆ ବିରଳ ସାପ ଉଦ୍ଧାର କରିଛନ୍ତି। ବିଶେଷଜ୍ଞ ରାକେଶ ମୋହଲିକ ଏହି ଦୁଲର୍ଭ ସାପକୁ ଅଭୟାରଣ୍ୟରୁ ଠାବ କରିଥିଲେ। ଏହା ଏକ ନବଜାତ ସାପ ଏବଂ ଏହାର ଚିହ୍ନଟ ବୁଲଫ ସାପ ରୂପେ ହୋଇଛି। ଏହା ବିଷାକ୍ତ ପ୍ରଜାତିର ନୁହେଁ।
ବନ୍ୟଜନ୍ତୁ ବିଶେଷଜ୍ଞସେ ତଥା ଫଟୋଗ୍ରାଫର ରାକେଶ ମୋହଲିକଙ୍କ ଦ୍ଵାରା ଏହି ସରୀସୃପର ଭିଡିଓ ସୁଟିଂ ଓ ଫୁଟେଜ୍ ଉଠାଯାଇଥିଲା। ସେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତି ଉପରେ ଗବେଷଣା କରିବା ପରେ ଏହି ସାପ କେଉଁ ପ୍ରଜାତିର ଏବଂ ଏହାର ବୈଶିଷ୍ଟ୍ୟ ଚିହ୍ନଟ କରିଛନ୍ତି।
ସାପର ଲମ୍ବ ୧୪ ସେମି। ଏହାର ଦୁଇଟି ମୁଣ୍ଡ। ଅର୍ଥାତ ଏହି ସାପର ଚାରୋଟି ଆଖି ଓ ଦୁଇଟି ଜିଭ ରହିଛି। ରାକେଶଙ୍କ ଅନୁଯାୟୀ ଏହାର ଦୁଇଟି ମୁଣ୍ଡ ସ୍ଵତନ୍ତ୍ର ଭାବେ କାମ କରୁଛି। ଏହି ପରି ଜୀବ ପାଇଁ ଜଙ୍ଗଲରେ ଜୀବିତ ରହିବା ମୁସ୍କିଲ ଅଟେ। ସେ କହିଛନ୍ତି ଦୁଇଟିରୁ ଗୋଟିଏ ମୁଣ୍ଡ ଟିକେ ବଡ ଏବଂ ବିକଶିତ ରହିଛି। ଭୋଜନ ପାଇଁ ଦୁଇଟି ମୁଣ୍ଡ ପରସ୍ପର ମଧ୍ୟରେ ଲଢେଇ କରନ୍ତି।
ଅନେକ ସଂସ୍କୃତିରେ ଦୁଇ ମୁଣ୍ଡିଆ ପ୍ରାଣୀକୁ ବିପର୍ୟ୍ୟୟର ଏକ ସଙ୍କେତ ଭାବରେ ବିବେଚନା କରାଯାଏ ଏବଂ ପୁରାଣରେ ମଧ୍ୟ ଏହା ବର୍ଣ୍ଣିତ। କିନ୍ତୁ ଏହା ବିରଳ ପ୍ରଜାତିର ଜୀବ ଅଟନ୍ତି। ଜଙ୍ଗଲରେ ଏକ ଲକ୍ଷ ଜୀବିତ ଭାବେ ଜନ୍ମ ହେଉଥିବା ଜୀବ ମଧ୍ୟରୁ ଏହା ଏକ। ଚିହ୍ନଟ ପରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ରାକେଶ ମୋହଲିକ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons