କେନ୍ଦୁଝର ବିଜେପିର ଜନ ଜାଗରଣ ପଦଯାତ୍ରା

Get real time updates directly on you device, subscribe now.

କେନ୍ଦୁଝର, (ବି.ବି.ନୁ୍ୟଜ୍): ନାଗରିକତା ସଂଶୋଧନ ଅଧିନିୟମ ଦ୍ୱାରା କୌଣସି ଭାରତୀୟ ନାଗରିକ ଦେଶାନ୍ତର ବେହେ ନାହିଁ । ବରଂ ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ଥାନରେ ଧାର୍ମିକ ଉପôୀଡନର ଶିକାର ହୋଇଥିବା ହିନ୍ଦୁ, ବୌଦ୍ଧ, ଶିଖ, ଜୈନ ,ପାର୍ସୀ, ଖ୍ରୀଷ୍ଟୀୟାନ ସମ୍ପ୍ରଦାୟର ଯେଉଁମାନେ ୩୧ ଡିମେମ୍ବର ୨୦୧୪ ପୂର୍ବରୁ ଭାରତ ଆସି ଯାଇଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ପରିତାପର ବିଷୟ କଂଗ୍ରେସ ଏବଂ ବାମପନ୍ଥୀ ଭଳି କିଛି ବିରୋଧି ଦଳ ଦେଶରେ ମିଥ୍ୟା ଗୁଜବ ପ୍ରଚାର କରି ନିଜର କ୍ଷୁଦ୍ର ସ୍ୱାର୍ଥ ପାଇଁ ହୀନ ରାଜନୀତି କରୁଛନ୍ତି । ଏହି ସଂଶୋଧନ ଆଇନ ଆଣିବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ସାମ୍ବିଧାନିକ ଅଧିକାର ନାହିଁ ବୋଲି ବିରୋଧୀ ଦଳ ଗୁଡିକ ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରିବାର ଅପଚେଷ୍ଟା କରୁଥିବାବେଳେ ଏହି ଅଧିନିୟମର ସମର୍ଥନରେ ଆଜି ସାରା ଦେଶରେ ଜନ ଜାଗରଣ କାର୍ଯ୍ୟକ୍ରମ ଜାରି ରହିଛି । ତେଣୁ ଏହି ଐତିହାସିକ ଅଧିନିୟମକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟ ସମର୍ଥନ ଦେବା । ମଙ୍ଗଳବାର ନାଗରିକତା ସଂଶୋଧନ ଅଧିନିୟମ ସମର୍ଥନରେ କେନ୍ଦୁଝର ବିଜେପି ପକ୍ଷରୁ ଆୟୋଜିତ ଜନ ଜାଗରଣ ପଦଯାତ୍ରାରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ବିଜେପି ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ନେତୃ ମଣ୍ଡଳୀ ।
ମଙ୍ଗଳବାର ନାଗରିକତା ସଂଶୋଧନ ଅଧିନିୟମର ସମର୍ଥନ ଆହ୍ୱାନ କରି ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତଙ୍କ ନେତୃତ୍ୱରେ କେନ୍ଦୁଝର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଜନ ଜାଗରଣ ପଦଯାତ୍ରା କାର୍ଯ୍ୟକ୍ରମ ଅନୁÂିତ ହୋଇଛି । କାର୍ଯ୍ୟକ୍ରମରେ ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଭାଜପା ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ନାଗରିକତା ସଂଶାଧନ ଅଧିନିୟମ ସମର୍ଥନ କାର୍ଯ୍ୟକ୍ରମର କେନ୍ଦୁଝର ଜିଲ୍ଲା ପ୍ରଭାରୀ ବିଭୂତି ପ୍ରଧାନ, ସହ ପ୍ରଭାରୀ ଅଯୋଧ୍ୟା ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ ଜିଲ୍ଲା ବିଜେପିର ତୁଙ୍ଗ ନେତୃ ମଣ୍ଡଳୀ ଯଥା ପୂର୍ବତନ ସାଂସଦ ଅନନ୍ତ ନାୟକ, ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଭାଜପାର ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ଶର୍ମା, ଘଷିପୁରାର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର, ତେଲକୋଇ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପାଟଣାର ବିଧାୟକ ପ୍ରାର୍ଥୀ ଭବାନୀ ନାଏକ, ଆନନ୍ଦପୁରର ଅଲୋକ ସେଠୀ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବଡବିଲ ପୌରପାଳିକା ଅଧ୍ୟକ୍ଷ ଦିଲ୍ଲୀପ ମିଶ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମ ରଞ୍ଜନ ବାରିକ, ମହିଳା ମୋର୍ଚ୍ଚା ସଭାପତି ସୁମତୀ ଜେନା, ସଂଖ୍ୟାଲଘୁ ସେଲ ସଭାପତି ଜଲାଲ୍ଲୁଦିନ ଆକବର ବିଜେପି ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ସୁବ୍ରତ ମହାନ୍ତି, ରାମ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅନୁବ୍ରତ ବେହେରା, ବିଜୟଲକ୍ଷ୍ମୀ ମହାନ୍ତ, ଟିକି କିସ୍କୁ, ମିନତୀ ମୁଣ୍ଡା, ନାରୀ ନେତ୍ରୀ କିରଣବାଳା ନାୟକ, ମମିତା ନାଏକ, କଳ୍ପନା ଦେହୁରୀ, ସାବିତ୍ରୀ ବିଶ୍ୱାଳ ମମତା ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଜେପି କର୍ମକର୍ତ୍ତା, ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ତଥା ବିଏମଏସ ଆଦି ସଂଗଠନର ସହସ୍ରାଧିକ କର୍ମୀ କେନ୍ଦୁଝର କାଳିପଡିଆ ଠାରେ ଏକତ୍ରିତ ହେବାପରେ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭା କରିଥିଲେ । ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ସମର୍ଥନ ପୂର୍ବକ ଗାଁ ଗହଳିରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଉପସ୍ଥିତ ଜନତାଙ୍କୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ କରିଥିଲେ ବିଜେପିର ନେତୃ ମଣ୍ଡଳୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons