କେନ୍ଦୁଝର ରାଜା ଅନନ୍ତ ନାରାୟଣ ଭଞ୍ଜଙ୍କ ଦେହାନ୍ତ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଭଞ୍ଜ ରାଜ ବଂଶର ପ; ପରିବର୍ତ୍ତନ ଘଟିଛି । ରବିବାର ଭଞ୍ଜ ବଂଶର ୪୮ ତମ ରାଜା ଅନନ୍ତ ନାରାୟଣ ଭଞ୍ଜଙ୍କ ଦେହାନ୍ତ ଘଟିଛି । ତାଙ୍କ ମୃତୁ୍ୟରେ ରାଜଗାଦି ସମ୍ଭାଳିଛନ୍ତି ଅନନ୍ତ ନାରାୟଣଙ୍କ ଜ୍ୟେÂ ପୁତ୍ର ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜ । ରାଜ ପୁରୋହିତଙ୍କ ଦ୍ୱାରା ଅଭିଷେକ କର୍ମ ସମ୍ପାଦିତ ହେବାପରେ ପୁତ୍ର ଧନଞ୍ଜୟଙ୍କୁ ରାଜ ମୁକୁଟ ପିନ୍ଧାଇଛନ୍ତି ରାଜମାତା ମାଳବିକା ଦେବୀ । କେନ୍ଦୁଝରର ଆଦିବାସୀ ଭୂୟାଁମାନଙ୍କ ଦ୍ୱାରା ୪୯ ତମ ରାଜା ଭାବେ ଅଭିଷିକ୍ତ ହୋଇଛନ୍ତି ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜ ।
ରବିବାର ସକାଳ ପ୍ରାୟ ୬:୩୫ ରେ ତାଙ୍କର କଟକସ୍ଥିତ ବାସ ଭବନରେ କେନ୍ଦୁଝରର ୪୮ ତମ ରାଜା ତଥା ଲକ୍ଷ୍ମୀନାରାୟଣ ଭଞ୍ଜଦେଓଙ୍କ ସୁପୁତ୍ର ଅନନ୍ତ ନାରାୟଣ ଭଞ୍ଜଙ୍କର ପରଲୋକ ହୋଇଥିଲା । ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦେହାନ୍ତ ପରେ ତାଙ୍କ ମର ଶରୀରକୁ କେନ୍ଦୁଝରସ୍ଥିତ ରାଜ ଉଆସକୁ ଅଣାଯାଇଥିଲା । ହେଲେ ରାଜ ପରମ୍ପରା ମୁତାବକ ଜଣେ ଉତ୍ତରାଧିକାରୀଙ୍କୁ ଅଭିଷେକ କରି ରାଜ ଗାଦିରେ ନ ବସାଇଲେ ରାଜାଙ୍କ ଅନ୍ତିମ ସଂସ୍କାର ହୋଇ ନପାରିବା ବିଧି ରହିଥିବାରୁ ଅନନ୍ତ ନାରାୟଣଙ୍କର ଜ୍ୟେÂ ପୁତ୍ର ଧନଞ୍ଜୟ ନାରାୟଣ ଭଞ୍ଜଙ୍କୁ ପରବର୍ତ୍ତୀ ରାଜା ଭାବେ ଅଭିଷିକ୍ତ କରିବାକୁ ରାଜମାତା ମାଳବିକା ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ଆରମ୍ଭ ହୋଇଥିଲା ଅଭିଷେକ ପର୍ବ । ରାଜାଙ୍କ ମୃତ ଶରୀରକୁ ରାଜ ଉଆସ ଅଗଣାରେ ରଖାଯାଇଥିବା ବେଳେ ରାଜ ପୁରୋହିତ ପ୍ରସନ୍ନ ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ର, ବଡ଼ପଣ୍ଡା ରାଜକିଶୋର ପଣ୍ଡା ତଥା ପ୍ରାକ୍ତନ ରାଜ ପୁରୋହିତ ହରିହର ମିଶ୍ର ପ୍ରମୁଖଙ୍କ ଦ୍ୱାରା ପ୍ରଥମେ ରାଜ ନଅର ମଧ୍ୟରେ ଅଭିଷେକ କର୍ମ ଆଦି ସମାପନ ହୋଇଥିଲା । ପରେ ରାଜମାତା ମାଳବିକା ଦେବୀ ପୁତ୍ର ଧନଞ୍ଜୟଙ୍କ ମୁଣ୍ଡରେ ପିନ୍ଧାଇଥିଲେ କେନ୍ଦୁଝର ଭଞ୍ଜ ବଂଶର ଗୌରବମୟ ରାଜ ମୁକୁଟ ।
ଏହାପରେ ଆରମ୍ଭ ହୋଇଥିଲା ରାଜାଭିଷେକ । ଐତିହାସିକ ମତ ଅନୁଯାୟୀ କେନ୍ଦୁଝରର ତତ୍କାଳୀନ ଜମିଦାରୀ ଦୌରାତ୍ମ୍ୟରେ ଅତିÂ ହୋଇ ଆଦିବାସୀ ଭୂୟାଁ ସମ୍ପ୍ରଦାୟର ଲୋକେ ଜଣେ ରାଜ କୁମାରଙ୍କୁ ମୟୂରଭଞ୍ଜରୁ ଆଣି ଏଠାରେ ରାଜା ଭାବେ ଅଭିଷେକ କରାଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା କେନ୍ଦୁଝର ରାଜ ଶାସନ । ରାଜାଙ୍କ ବର୍ତ୍ତମାନର ରାଜ ଅଭିଷେକରେ ମଧ୍ୟ ଭୂୟାଁ ମାନଙ୍କ ସେହି ବିରଳ ପରମ୍ପରା ଦେଖିବାକୁ ମିଳିଥିଲା । ରାଜା ଅନନ୍ତ ନାରାୟଣଙ୍କ ଦେହାନ୍ତ ଖବର ପାଇବା ପରେ ଯୁବରାଜଙ୍କୁ ଅଭିଷେକ କରାଇବାକୁ ରାଜ ଉଆସକୁ ଛୁଟି ଆସିଥିଲେ ୬ଟି ଭୂୟାଁ ପୀଢର ସର୍ଦ୍ଧାର । ୪ ଗାଁ ପୀଢ ସର୍ଦ୍ଧାର କୁଞ୍ଜ ସର୍ଦ୍ଧାର, ଡେରେଙ୍ଗ ପୀଢ ସର୍ଦ୍ଧାର ତମାଳପଧାନ, ଆଟସ ପୀଢ ସର୍ଦ୍ଧାର ଦଶରଥ ନାଏକ, ପାଞ୍ଚପଡ଼ା ପୀଢ ସର୍ଦ୍ଧାର ଶବର ଦେହୁରୀ, ଶ୍ରୀଖଣ୍ଡ ପୀଢ ସର୍ଦ୍ଧାର ଅନନ୍ତ ଦେହୁରୀ, ଶ୍ରୀଖଣ୍ଡ ପୀଢ ସର୍ଦ୍ଧାର ହାଡ଼ିବନ୍ଧୁ ଦେହୁରୀଙ୍କ ସମେତ ଫଗୁ ଦେହୁରୀ, ବିଶୁ ଦେହୁରୀ, ଆଇଦ ଠାକୁର ଆଦି ଆଦିବାସୀ ଭୂୟାଁ ପରମ୍ପରା ମୁତାବକ ରାଜାଭିଷେକ ଆରମ୍ଭ କରିଥିଲେ ।
ପ୍ରଥମେ ଶିଆଳି ପତ୍ରରେ ତିଆରି ପାଟଛତ୍ର ଧରି ଯୁବରାଜଙ୍କୁ ନଅର ମଧ୍ୟରୁ ବାହାରକୁ ଅଣାଯାଇଥିଲା । ଯୁବରାଜଙ୍କ ଶରୀରରେ ଶିମ୍ବ ଲତାରେ ତିଆରି ପଇତା ପକାଇବା ପରେ ଫୁଲମାଳ ଏବଂ ଚନ୍ଦନ ତିଳକ ଲଗାଇଥିଲେ ଭୂୟାଁ ସମ୍ପ୍ରଦାୟର ରଣା । ପରେ ଭୂୟାଁ ସମ୍ପ୍ରଦାୟର କଟଇ ପୀଢା ହୋଇ ଯୁବରାଜଙ୍କୁ କୋଳରେ ବସାଇଥିଲେ । ଏହାପରେ ମହାନାୟକ ଘୋଡ଼ା ହୋଇ ଯୁବରାଜଙ୍କୁ ପିଠିରେ ବସାଇଥିବା ବେଳେ ହାତରେ ଖଡ୍ଗ ଧାରଣ ପୂର୍ବକ ରାଜାଭାବେ ଅଭିଷିକ୍ତ ହୋଇଥିଲେ ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜ । ତେବେ ଶୋକାକୁଳ ପରିବେଶ ମଧ୍ୟରେ ଅନୁÂିତ ହୋଇଥିବା ଏହି ବିରଳ ରାଜ ଅଭିଷେକ ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।
ଇତିମଧ୍ୟରେ ଦେଖିବାକୁ ମିଳିଥିଲା ରାଜ ପରମ୍ପରାର ଏକ ଦୁଃଖଦ ଦୃଶ୍ୟ । ଯୁବରାଜ ଧନଞ୍ଜୟ ରାଜା ଭାବେ ଅଭିଷିକ୍ତ ହୋଇଥିବାରୁ ପିତାଙ୍କ ଅନ୍ତିମ ଦର୍ଶନରୁ ବଞ୍ଚିତ ହୋଇଥିଲେ । ବାପାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇନଥିଲେ ଯୁବରାଜ ଧନଞ୍ଜୟ । ରାଜା ଭାବେ ଅଭିଷିକ୍ତ ହେବାପରେ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜ ନଅର ମଧ୍ୟରୁ ପ୍ରଜାମାନଙ୍କୁ ଆଦେଶ କରିଥିଲେ ଆଉ ଅନ୍ତିମ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଶ୍ରୀ ଶ୍ରୀ ବଳଦେବଜିଉ ମନ୍ଦିର ସଙ୍ଗେ କେନ୍ଦୁଝର ରାଜବଂଶର ନିବିଡ଼ ସମ୍ପର୍କ ରହିଥିବାରୁ ପରମ୍ପରା ଅନୁଯାୟୀ ରାଜାଙ୍କ ଦେହାନ୍ତ ପରେ ଆରାଧ୍ୟ ଠାକୁର ଶ୍ରୀ ବଳଦେବଜିଉଙ୍କ ଶୟନ ପଲଙ୍କରେ ରାଜାଙ୍କ ମର ଶରୀର ଶ୍ମଶାନ ଯାଇଥିଲା । ଏହା ବ୍ୟତୀତ ଶ୍ରୀ ଶ୍ରୀ ବଳଦେବଜିଉ ମନ୍ଦିରରୁ ଆସିଥିବା ଛତ୍ର, ରଥ କାଠ, ଚନ୍ଦନ ଏବଂ ଧଣ୍ଡାମାଳ ମଧ୍ୟ ରାଜାଙ୍କ ଅନ୍ତିମ ଯାତ୍ରା ସମୟରେ ବ୍ୟବହୃତ ହୋଇଥିଲା । ବାଜା ରେଷଣୀ, କାହାଳୀ ମଧ୍ୟରେ ରାଜାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା ।
ରାଜା ଅନନ୍ତ ନାରାୟଣ କେନ୍ଦୁଝରର ୪୮ ତମ ରାଜାଥିଲେ । ସ୍ୱାଧୀନତା ପୂର୍ବବର୍ତ୍ତୀ ରାଜା ବଳଭଦ୍ର ଭଞ୍ଜଙ୍କ ପୁତ୍ର ନୃସିଂହ ନାରାୟଣ ଭଞ୍ଜଙ୍କ ଦେହାନ୍ତ ପରେ ତାଙ୍କର କେହି ସୁପୁତ୍ର ନଥିବାରୁ ତାଙ୍କ ସାନଭାଇଙ୍କ ପୁଅ ଲକ୍ଷ୍ମୀନାରାୟଣ ଭଞ୍ଜଦେଓ(ଛୋଟରାୟ ସାହେବ)ଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ତାଙ୍କ ଅନ୍ତେ ୧୯୮୬ ମସିହାରେ ଅନନ୍ତ ନାରାୟଣଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ରବିବାର ତାଙ୍କ ଯୁଗର ଅବସାନ ଘଟି ରାଜା ଧନଞ୍ଜୟ ନାରାୟଣଙ୍କ ଯୁଗ ଅରମ୍ଭ ହୋଇଛି ।
ରାଜା ଅନନ୍ତନାରାୟଣଙ୍କର ମର ଶରୀର ପହଞ୍ଚିବା ପରେ ରବିବାର ରାଜ ଉଆସର ଦରଜା ସମସ୍ତଙ୍କ ପାଇଁ ମେଲା ରହିଥିଲା । ରାଜାଙ୍କ ଅନ୍ତିମ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିବାବେଳେ ରାଜ ଉଆସ ମଧ୍ୟରେ ଶୋଳାକୁଳ ପରିବେଶ ଦେଖିବାକୁ ମିଳିଥିଲା । ରାଜମାତା ମାଳବିକା, ରାଜବଧୁ ସୁନନ୍ଦିନୀ, ଯୁବରାଜଙ୍କ ସାନ ଭାଇ ଜନ୍ମେଞ୍ଜୟ ନାରାୟଣଙ୍କ ସହ ରାଜ ପରିବାରର ସମସ୍ତ ସଦସ୍ୟ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ । ରାଜ୍ୟ ବାହାରର ବହୁ ରାଜ ପରିବାରର ସଦସ୍ୟ ରାଜାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦୁଝରର ବହୁ ବୁଦ୍ଧିଜୀବୀ, ବରିÂ ନାଗରିକ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons