କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଲିଉଡ୍ ଓଡ଼ିଆ ଆସୋସିଏସନ୍ର ସୌଜନ୍ୟମୂଳକ ସାକ୍ଷାତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବଲିଉଡ୍ ଓଡ଼ିଆ ଆସୋସିଏସନ୍ର କର୍ମକର୍ତ୍ତା ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁମ୍ବାଇରେ ରହୁଥିବା ଓଡ଼ିଆ କଳାକାର ଓ ଟେକ୍ନିସିଆନମାନଙ୍କ ସୁନ୍ଦର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଆସୋସିଏସନ୍ ପାଇଁ ଏକ ଗୃହର ଆବଶ୍ୟକତା ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହିତ ମୁମ୍ବାଇରେ ଏକ ଚଳଚ୍ଚିତ୍ର ମହୋତ୍ସବ କରିବା, ବଲିଉଡ ଓଡ଼ିଆ ଫିଲ୍ମ ଆୱାର୍ଡ ସୋ’ କରିବା, ଓଡ଼ିଆ କଳାକାର ଓ ଟେକ୍ନିସିଆନଙ୍କୁ ସୁଯୋଗ ଦେବା ବିଷୟରେ ଆଲୋଚନା ହୋଇଥିଲା । ଏ ଦିଗରେ ସମସ୍ତ ପ୍ରକାର ସହାୟତା ଲାଗି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ବଲିଉଡ ଓଡ଼ିଆ ଆସୋସିଏସନର ପ୍ରତିନିଧି ଦଳଙ୍କୁ ପ୍ରଶଂସା କରିଥିଲେ । ସେମାନଙ୍କ ସହିତ ସାକ୍ଷାତ କରି ଖୁସି ବ୍ୟକ୍ତ କରିଥିଲେ । ପ୍ରତିନିଧି ଦଳରେ ଆସୋସିଏସନ୍ ପ୍ରତିÂାତା ସମ୍ପାଦକ ସଞ୍ଜୟ ମହାକୁଡ଼, ଉପସଭାପତି ସୁକାନ୍ତ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ, କଣ୍ଠଶିଳ୍ପୀ ଲୋପିତା ମିଶ୍ର, କୋଷାଧ୍ୟକ୍ଷ ଅନୀଲ ସେନାପତି, ଅଭିନେତା ସୁନୀଲ କୁମାର, କାଳୀ ମିଶ୍ର, ବଙ୍କିମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons