କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଶୋକ

Get real time updates directly on you device, subscribe now.

ସୁଷମା ଜୀ ଜଣେ ବାଗ୍ମୀ ତଥା ଉତ୍ତମ ସାଂସଦ ଥିଲେ । ଦଳମତ ନିର୍ବିଶେଷରେ ସମସ୍ତଙ୍କର ସେ ଆପଣାର ଥିଲେ । ଜଣେ ଦକ୍ଷ ପ୍ରଶାସକ ଭାବେ ସବୁ ବିଭାଗର ଦାୟିତ୍ୱକୁ ଠିକ୍ ଭାବେ ତୁଲାଉଥିଲେ । ବିଭିନ୍ନ ଦେଶ ସହ ଭାରତର ସମ୍ପର୍କ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ବିଶ୍ୱର ଯେକୌଣସି ଦେଶରେ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ସେ ସହାୟତାର ହାତ ବଢ଼ାଉଥିଲେ । ସାଧାରଣ ଜନତାଙ୍କ ସେବା ଓ ଗରିବଙ୍କ ଉନ୍ନତି ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା । ଅନ୍ୟମାନଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ । ଏଭଳି ଜଣେ ନେତାଙ୍କୁ ହରାଇ ଭାରତ ଶୋକାଭିଭୂତ । ତାଙ୍କର ବିୟୋଗ ଯୋଗୁ ଏକ ଗୌରବମୟ ରାଜନୈତିକ ଅଧ୍ୟାୟର ଅନ୍ତ ଘଟିଲା । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons