ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାକୁ ନଭେମ୍ବର ୭ ସୁଦ୍ଧା ୭,୫୪୪ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ମିଳିଛି । ଏହାବାଦ୍ କେନ୍ଦ ଉପରେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦରେ ଆଉ ୬ ହଜାର କୋଟିରୁ ଅଧିକ ଟଙ୍କା ପାଇବାକୁ ବାକି ଅଛି । ଏ ପାଣ୍ଠି କେତେ ଶୀଘ୍ର ରାଜ୍ୟ ରାଜକେଷକୁ ମିଳିବ ସେ ଦିଗରେ ଅଧିକାରୀମାନେ ପଦକ୍ଷେପ ନିଅନ୍ତୁ । ‘ ୫-ଟି’କୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରନ୍ତୁ । ନୂଆଦିଲ୍ଲୀରେ କେନ୍ଦ୍ରୀୟ ପାଣ୍ଠି ନେଇ ସମୀକ୍ଷା ବେଳେ ଏ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ଦିଲ୍ଲୀରେ ଓଡ଼ିଶା କଲଚରାଲ ସେଣ୍ଟର ପ୍ରତିÂା କରିବାକୁ କେନ୍ଦ୍ରଠାରୁ ଜମି ଆବଣ୍ଟନ କାମକୁ ତ୍ୱରିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି ।
ନୂଆଦିଲ୍ଲୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଆବାସିକ କମିଶନରଙ୍କ ଓ ସ୍ୱତନ୍ତ୍ର ଆବାସିକ କମିଶନରଙ୍କ ସହ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଓଡ଼ିଶା କେତେ ପାଣ୍ଠି ଏଯାଏ ପାଇଛି ଏବଂ କେତେ ବାକି ଅଛି ସେ ନେଇ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ଏନ୍ଏସଏପି ଓ ପିଏମ୍ଜିଏସ୍ୱାଇ ଭଳି କେନ୍ଦ୍ରୀୟ ଯୋଜନାର ସମୀକ୍ଷା ସହ ପାଣ୍ଠି ମିଳିବା ନେଇ ଆଲୋଚନା ହୋଇଥିଲା । ରାଜ୍ୟ ପାଇବାକୁ ଥିବା ୬ ହଜାର କୋଟଇରୁ ଅଧିକ ଟଙ୍କା କିଭଳି ଶୀଘ୍ର ମିଳିବ ସେ ନେଇ ଆବାସିକ କମିଶନର ଦୃଷ୍ଟି ଦେବା ସହ ଯଦି କୌଣସି କାରଣରୁ ଏଥିରେ ବିଳମ୍ବ ହେଉଛି ତେବେ ତାଙ୍କ ଦୃଷ୍ଟିକୁ ଆଣିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏ ସଂପର୍କରେ ରାଜ୍ୟ ସରକାରଙ୍କ ଆନୁଷଙ୍ଗିକ ବିଭାଗ ସହ ଆବାସିକ କମିଶନର ସମନ୍ୱୟ ରକ୍ଷା କରି ଆଗେଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।
ଦକ୍ଷ ପ୍ରଶାସନ ପାଇଁ ‘ ୫-ଟି’ କୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଧାର୍ଯ୍ୟ ସମୟରେ ଯେଭଳି ସବୁ କାମ ତ୍ୱରିତ ଭାବେ ଆଗେଇପାରିବ ଓ ସଂସ୍କାର ଆସିବ ସେ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତ । ଓଡ଼ିଶା କଲଚରାଲ ସେଣ୍ଟର ପାଇଁ ଜମି ଆବଣ୍ଟନ କାମକୁ ଆଗେଇନେବାକୁ ନବୀନ ନିଦେ୍ର୍ଧଶ ଦେଇଛନ୍ତି । ଏ ସମୀକ୍ଷା ବେଳେ ‘ ୫-ଟି’ ସଚିବ ଭି କେ ପାଣ୍ଡିଆନଙ୍କ ସହ ଆବାସିକ କମିଶନର ସଂଜୀବ କୁମାର ମିଶ୍ର ଓ ସ୍ୱତନ୍ତ୍ର ଆବାସିକ କମିଶନର ରବିକାନ୍ତ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.