କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର:କୋରାପୁଟ କୈନ୍ଦ୍ରିକ ଗବେଷଣା ପାଇଁ ଆହ୍ୱାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କୋରାପୁଟରେ ସର୍ବାଧିକ କିସମର ଚାଉଳ ଉତ୍ପାଦନ ହେଉଛି । ଏଠାରେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ବଳ ଗଚ୍ଛିତ ହୋଇ ରହିଛି । ତଥାପି ଏହାର ବାତାବରଣ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କୋରାପୁଟବାସୀଙ୍କ ହିତ ପାଇଁ ଏଭଳି ହେବା ଉଚିତ ନୁହେଁ । ସେଥିଲାଗି କୋରାପୁଟ କୈନ୍ଦ୍ରିକ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା (ସିୟୁଓ)ର କୁଳପତି ପ୍ରଫେସର ଶରତ କୁମାର ପାଲିତା ଏଭଳି ମତପୋଷଣ କରିଛନ୍ତି ।
ସୁନାବେଡ଼ାସ୍ଥିତ ସିୟୁଓର ସ୍ଥାୟୀ କ୍ୟାମ୍ପସ୍ରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବିବୃତି ରଖି ପ୍ର. ପାଲିତା କହିଛନ୍ତି, ବିଶ୍ୱବିଦ୍ୟାଳୟର ସମସ୍ତ ୧୪ଟି ବିଭାଗ କୋରାପୁଟର ବିକାଶ ପାଇଁ ଉଦ୍ଦିଷ୍ଟ ଗବେଷଣା ଉପରେ ଧ୍ୟାନ ଦେବା ଜରୁରି । ଏଠାରେ କିଭଳି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ, ତାହାକୁ ଚାହିଁ ଗବେଷଣା ହେବା ଦରକାର ।
ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ପ;ନାୟକ ଟ୍ରାଇବାଲ ଆଗ୍ରୋ ବାୟୋଡାଇଭର୍ସିଟି ସେଣ୍ଟର ନିର୍ଦ୍ଦେଶକ ଡ. କ୍ରିଷ୍ଣକୁମାର କେ ନାଭାଲାଡ଼ି କହିଛନ୍ତି, ବିଭିନ୍ନ ରୋଜଗାର ଭିତ୍ତିକ ପ୍ରକଳ୍ପରେ ଅତ୍ୟାଧୁନିକ କୌଶଳର ପ୍ରୟୋଗ ବାବଦରେ ଲୋକଙ୍କୁ ତାଲିମ ଦିଆଯାଇ ପାରିଲେ, କୋରାପୁଟ ଅଞ୍ଚଳର ବିକାଶ ହୋଇପାରନ୍ତା । ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଉପନିର୍ଦ୍ଦେଶକ ଡ. ଏସ୍ ଏସ୍ ସାହୁ, ବାୟୋଡାଇଭର୍ସିଟି ଆଣ୍ଡ କଞ୍ଜର୍ଭେସନ ଅଫ୍ ନାଚୁରାଲ ରିସୋର୍ସେସ୍ ସହକାରୀ ପ୍ରଫେସର ଡ. କାକୋଲି ବାନାର୍ଜୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons