କେନ୍ଦ୍ରୀୟ ଶିକ୍ଷା ପରାମର୍ଶ ପରିଷଦ ବୈଠକରେ ଗଣଶିକ୍ଷା ମନ୍ତ୍ରୀ: ଛାତ୍ରଛାତ୍ରୀଙ୍କ ଜଳଖିଆ ଖର୍ଚ୍ଚ କେନ୍ଦ୍ର ବହନ କରିବାକୁ ପ୍ରସ୍ତାବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆଦିଲ୍ଲୀରେ ଶିକ୍ଷା ପରାମର୍ଶ ପରିଷଦ ବୈଠକ ଅନୁÂିତ ହୋଇଛି । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଛନ୍ତି । ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇଛନ୍ତି । ରାଜ୍ୟର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜଳଖିଆ ପ୍ରଦାନ ଉପରେ ଆର୍ଥିକ ଭାର କେନ୍ଦ୍ର ସରକାର ବହନ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଅଙ୍ଗନବାଡ଼ି ବା ପ୍ରାକ୍-ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ମିଶାଇବା ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ସେହି ଭିତ୍ତିଭୂମି ବାବଦୀୟ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରନ୍ତୁ ବୋଲି ଦାବି କରାଯାଇଛି । ସେହିଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ କମିଟି ଦ୍ୱାରା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ପୁନର୍ବିଚାର କରିବାକୁ ବୈଠକରେ ଦାବି କରାଯାଇଥିଲା । ଏହା ବ୍ୟତୀତ ରାଜ୍ୟରେ ୧୫ଧ ଆଦିବାସୀ ଅଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ସ୍ୱତନ୍ତ୍ର ଫଣ୍ଡ ଦାବି କରାଯାଇଛି । ଭାଷା ଓ ସାଧାରଣ ଜ୍ଞାନକୁ ଗୁରୁତ୍ୱ ଦେବା ଉପରେ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons