କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି:ରବି ଫସଲ ସହାୟକ ମୂଲ୍ୟ ବଢ଼ିଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ରବି ଫସଲ ୨୦୧୯-୨୦ ପାଇଁ କେନ୍ଦ୍ର ସରକାର ବୁଧବାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି । ଗହମ, ଯଅ, ଚଣା, ସୋରିଷ ଆଦି ଫସଲ ପାଇଁ ଅଧିକ ଏମ୍ଏସ୍ପି ପ୍ରଦାନ କରାଯିବ । ଗହମ ଏମ୍ଏସ୍ପି କୁଇଣ୍ଟାଲ ପିଛା ୮୫ ଟଙ୍କା ବୃଦ୍ଧି ହୋଇ ୧,୯୨୫ ଟଙ୍କା ହୋଇଛି । ସେହିଭଳି ମସୁର ଡାଲି ସହାୟକ ମୂଲ୍ୟ ୩୨୫ ଟଙ୍କା ବଢ଼ାଯାଇ କୁଇଣ୍ଟାଲ ପିଛା ଏହାକୁ ୪,୮୦୦ ଟଙ୍କା କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁÂିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ରବି ବିପଣନ ଋତୁ ପାଇଁ ଏହି ବର୍ଦ୍ଧିତ ଏମ୍ଏସ୍ପି କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ଚାଷୀମାନଙ୍କ ଠାରୁ ସରକାର ଯେଉଁ ମୂଲ୍ୟରେ କୃଷିଜାତ ଉପôାଦ କ୍ରୟ କରିଥାନ୍ତି, ତାହାକୁ ଏମ୍ଏସ୍ପି କୁହାଯାଏ । ଉପôାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ସରକାର ନିୟମିତ ବ୍ୟବଧାନରେ ଏମ୍ଏସ୍ପି ବଢ଼ାଇଥାନ୍ତି ।
ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେ଼କର ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଚଳିତବର୍ଷର ରବି ଫସଲ ଲାଗି ଏମ୍ଏସ୍ପି ବୃଦ୍ଧି କରାଯାଇଛି । ଗତବର୍ଷ ଗହମ ଉପରେ ଏମ୍ଏସ୍ପି କୁଇଣ୍ଟାଲ ପିଛା ୧,୮୪୦ ଟଙ୍କା ଥିଲା ବେଳେ ଏହାକୁ ୧,୯୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଯଅର ଏମ୍ଏସ୍ପି ୮୫ ଟଙ୍କା ବୃଦ୍ଧି କରାଯାଇ ଏହାକୁ କୁଇଣ୍ଟାଲ ପିଛା ୧,୫୨୫ ଟଙ୍କାକୁ ବଢ଼ାଯାଇଛି । ଗତବର୍ଷ ଏହା ୧,୪୪୦ ଟଙ୍କା ଥିଲା । ମସୁର ଡାଲିର ଏମ୍ଏସ୍ପି କୁଇଣ୍ଟାଲ ପିଛା ୪,୪୭୫ ଟଙ୍କା ଥିଲା ବେଳେ ଏହାକୁ ୩୨୫ ଟଙ୍କା ବଢ଼ାଯାଇ ୪,୮୦୦ ଟଙ୍କା କରାଯାଇଛି ।
ଅନ୍ୟପକ୍ଷରେ ଚଣାର ଏମ୍ଏସ୍ପି ୨୫୫ ଟଙ୍କା ବଢ଼ାଯାଇ କୁଇଣ୍ଟାଲ ପିଛା ୪,୮୭୫ ଟଙ୍କା କରାଯାଇଛି, ଯାହା ଗତବର୍ଷ ୪,୬୨୦ ଟଙ୍କା ଥିଲା । ସୋରିଶ ଏମ୍ଏସ୍ପି ୪,୨୦୦ ଟଙ୍କାରୁ ୪,୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସାଫ୍ଲାୱାରର ସର୍ବନିମ୍ନ ସହାୟକ ମୂଲ୍ୟ ୨୭୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଏହା ୪,୯୪୫ ଟଙ୍କାରୁ ୫,୨୧୫ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ପରେ ଚାଷୀମାନେ ଗହମ ଚାଷ ଖର୍ଚ୍ଚ ଉପରେ ୧୦୯ଧ ରିଟର୍ଣ୍ଣ ପାଇବେ ବୋଲି କୁହାଯାଇଛି । ଗହମ ଚାଷ ଖର୍ଚ୍ଚ କୁଇଣ୍ଟାଲ ପିଛା ୯୨୩ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ଯଅ ଚାଷରେ ଚାଷୀ ୬୬ଧ ରିଟର୍ଣ୍ଣ ପାଇବାକୁ ଥିବା ବେଳେ ଚଣାରେ ୭୪ଧ, ମସୁର ଡାଲିରେ ୭୬ଧ ଓ ସୋରିଷରେ ୯୦ଧ ରିଟର୍ଣ୍ଣ ପାଇବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons