କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଭେଟିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ଙ୍କ ସହ ସାକ୍ଷାତ କରି ମାଧ୍ୟମିକ ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଏହି ଅବସରରେ ଫୋନି ବାତ୍ୟା ବିଧ୍ୱସ୍ତ ବିଦ୍ୟାଳୟ ଗୁଡ଼ିକର ମରାମତି ପାଇଁ ୯୬ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଆଲୋଚନାରେ ମନ୍ତ୍ରୀ ଶ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପରିଚାଳନା କରିବା, ମଧ୍ୟାହ୍ନ ଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ଅଧିକ ୬୦୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ । ଏହା ସହ କେନ୍ଦ୍ରୀୟ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବା, ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍ସି କୋର୍ଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭.୭୯୭ ଲକ୍ଷ ଟଙ୍କା ଦେବା ପାଇଁ ସେ ଅନୁରୋଧ କରିଥିଲେ । ପ୍ରାଥମିକ ଶିକ୍ଷକଙ୍କ ଆବଶ୍ୟକ ଯୋଗ୍ୟତା ପାଇଁ ଅବଧି ସୀମାକୁ ୨୦୧୯ ମାର୍ଚ୍ଚ ୩୧ ପରିବର୍ତ୍ତେ ୨୦୨୦ ମାର୍ଚ୍ଚ ୩୧କୁ ବୃଦ୍ଧି କରିବା ଓ ନୂଆ ଶିକ୍ଷାନୀତି ଉପରେ ପ୍ରତିକ୍ରିୟା ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଅବଧିକୁ ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ଦାଶ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଅନ୍ତର୍ଗତ ଆଇସିଟି ପ୍ରୋଗ୍ରାମରେ ପଡ଼ି ରହିଥିବା କାର୍ଯ୍ୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ୧୩୩୦୫.୪୦ ଲକ୍ଷ ମଞ୍ଜୁରୀ କରିବା ପାଇଁ ୨୦୧୮ ମସିହା ମେ ମାସ ଓ ୨୦୧୯ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଦିଆଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons