ଭୁବନେଶ୍ୱର: ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ମନ୍ତ୍ରୀ ହେବା ପରେ ରାଜ୍ୟବାସୀ ଆଶାବାଦୀ ହୋଇପଡ଼ିଛନ୍ତି । ବିଶେଷକରି ରେଳ ମନ୍ତ୍ରୀ ଭାବେ କ୍ୟାବିନେଟ୍ ପାହ୍ୟା ମିଳିଥିବାରୁ ରାଜ୍ୟରେ ରେଳରେ ଅଧିକରୁ ଅଧିକ ଉନ୍ନତି ହେବ ବୋଲି ଦଳ ମତ ନିର୍ବିଶେଷରେ ସମସ୍ତେ ଚାହିଁ ବସିଛନ୍ତି । ସେହିପରି ଦୀର୍ଘ ଦିନ ହେବ କିଛି ସ୍ଥାନରେ ଛାତ୍ରଛାତ୍ରୀମାନେ ଅନ୍ଲାଇନରେ ପଢ଼ି ପାରୁନାହାନ୍ତି । ତେଣୁ ବୈଷ୍ଣବ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ହୋଇଥିବାରୁ ଲାଗି ରହିଥିବା ମୋବାଇଲ୍ ନେଟୱାର୍କ ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି ।
ବୈଷ୍ଣବ କେନ୍ଦ୍ର ମନ୍ତ୍ରୀ ହେବା ପରେ ଅଧିକାଂଶ ନେତା ଶୁଭେଚ୍ଛା ଆଳରେ ତାଙ୍କ ଅଞ୍ଚଳରେ ରେଳର ବିକାଶ ପାଇଁ ଥିବା ଦାବି ସମ୍ପର୍କରେ ଜଣାଇଛନ୍ତି । ଓଡ଼ିଶାର ବହୁ ଜିଲ୍ଲା ପୂର୍ବତଟ ରେଳପଥରେ ସାମିଲ ହେବା ପାଇଁ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି । ତାହା ଏବେ ପୂରଣ ହୋଇଯିବ ବୋଲି ବହୁ ନେତା ଭାବିଛନ୍ତି । ଉତ୍ତର ଓଡ଼ିିଶାର ବାଲେଶ୍ୱରର ରାଣିତାଲଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରୁ ରାଉରକେଲା ଭଳି ଓଡ଼ିଶାର ବହୁ ସ୍ଥାନ ଦକ୍ଷିଣ ପୂର୍ବ ରେଳପଥରେ ରହିଛି । ଏହି ସ୍ଥାନଗୁଡ଼ିକ ପୂର୍ବତଟ ରେଳପଥରେ ସାମିଲ ହୋଇପାରିବ ବୋଲି ଆଶା ରଖିଛନ୍ତି । ଦେଶରେ ୧୭ଟି ରେଳ ଜୋନ୍ ରହିଛି । ସେଥିରୁ ପଶ୍ଚିମବଙ୍ଗରେ କୋଲକତା ମେଟ୍ରୋ ଜୋନ୍, ଦକ୍ଷିଣ ପୂର୍ବ, ପୂର୍ବ ଜୋନ୍ ୩ଟି ଥିବା ବେଳେ ଉତ୍ତରପ୍ରଦେଶରେ ମଧ୍ୟ ୩ଟି ରେଳ ଜୋନ୍ ରହିଛି । ମହାରାଷ୍ଟ୍ରରେ ସେଣ୍ଟ୍ରାଲ ଓ ୱେଷ୍ଟ୍ ସେଣ୍ଟାଲ୍ ଜୋନ୍ ରହିଛି । ତେଣୁ ସାରା ଓଡ଼ିଶାକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବା ବିଶେଷ ସମସ୍ୟା ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ।
ଅପରପକ୍ଷେ, ରାଜ୍ୟରେ ବହୁ ରେଳ ପ୍ରକଳ୍ପଗୁଡ଼ିକ କାମ ଏ ପର୍ଯ୍ୟନ୍ତ ସରିପାରୁନାହିଁ । ପାରାଦୀପ-ହରିଦାସପୁର ରେଳ ପ୍ରକଳ୍ପ କାମ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚାଲି ପାରିନାହିଁ । ସେହିପରି ତାଳଚେର-ସମ୍ବଲପୁର, କୋରାପୁଟ-ରାୟଗଡ଼ା, ଦୈତାରୀ-ବାଂଶପାଣି, ଲାଞ୍ଜିଗଡ଼-ଜୁନାଗଡ଼, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ କାର୍ଯ୍ୟ ଦୀର୍ଘ ଦିନ ହେବ ଶେଷ ହୋଇପାରୁନି । ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ ଜିଲ୍ଲାକୁ ରେଳ ଲାଇନ୍ ଯାଇପାରିନି । ସାରା ଦେଶରେ ରେଳ ସାନ୍ଧ୍ରତା ହଜାରେ ବର୍ଗ କିଲୋମିଟରରେ ହାରାହାରି ୨୨ କିଲୋମିଟର ଥିବାବେଳେ ଓଡ଼ିଶାରେ ମାତ୍ର ୧୬ କିଲୋମିଟର ରହିଛି । ସେହିପରି ଟେଲି ସାନ୍ଧ୍ରତା ଦେଶରେ ୮୮.୫୬ଧ ଥିବା ବେଳେ ରାଜ୍ୟରେ ମାତ୍ର ୭୬.୧୫ଧ ରହିଛି । ଏବେ ବି ୨୪ଧ ସ୍ଥାନରେ ଇଣ୍ଟରନେଟ୍ କିମ୍ବା ଟେଲିଫୋନ୍ ସେବା ପହଞ୍ଚି ପାରିନାହିଁ ।
ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲିଠାରେ ଏକ ରେଳ ୱାଗନ୍ କାରଖାନା ପ୍ରତିÂା ପାଇଁ ରାଜ୍ୟ ସରକାର ୨୦୧୨-୧୩ରେ ଶହେ ଏକର ଜମି ଚିହ୍ନଟ କରିଥିଲେ । ଏ ବାବଦରେ ପ୍ରାଥମିକ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଶୀତଳ ଭଣ୍ଡାରକୁ ଠେଲି ଦିଆଯାଇଛି । ଏହାର କାର୍ଯ୍ୟକାରିତା ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଆଗ୍ରହ ନଥିବା ଦେଖାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.