କେନ୍ଦ୍ର ସହ ଆଲୋଚନା କଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ:କେନ୍ଦ୍ରୀୟ ଟିମ୍ ପଠାଇବାକୁ ଦାବି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭଦ୍ରକ, ଯାଜପୁର, ବାଲେଶ୍ୱର ଭଳି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦ୍ରୁତ ହାରରେ ବଢ଼ିବାରେ ଲାଗିଛି । ଏସବୁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ ସହ କରୋନା ରୋକିବା ପାଇଁ ପ୍ରତିକାର କରିବାକୁ ତୁରନ୍ତ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଭିଡିଓ କନ୍ଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାରଙ୍କ ସହ ଆଲୋଚନା କରିବାବେଳେ ଏହି ଦାବି କରିଛନ୍ତି ଶ୍ରୀ ଦାସ ।
ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରିବାକୁ ଅନୁମତି ପ୍ରଦାନ କରିବା ପୂର୍ବରୁ ସେମାନଙ୍କର କୋଭିଡ୍ ପରୀକ୍ଷା କରିବାକୁ ଶ୍ରୀ ଦାସ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଥିଲେ । ବର୍ତ୍ତମାନ ସୁରତରୁ ଫେରୁଥିବା ୩ରୁ ୪ ପ୍ରତିଶତ ଲୋକଙ୍କଠାରେ କୋଭିଡ୍ ପରୀକ୍ଷଣ ପରେ ପଜିଟିଭ ବାହାରୁଛି । ଅଧିକାଂଶ ଲୋକଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ । ଏ ନେଇ ବୈଠକରେ ଆଲୋଚନା ହୋଇଥିଲା ।
ଆଇସିଏମ୍ଆର ପକ୍ଷରୁ ଘରୋଇ ଲାବୋରାଟୋରୀଗୁଡ଼ିକୁ କୋଭିଡ୍ ପରୀକ୍ଷଣ ପାଇଁ ଅନୁମତି ଦେବାର ବ୍ୟବସ୍ଥାକୁ ପରିସ୍ଥିତି ଅନୁଯାୟୀ ସରଳ କରାଯିବା ଉଚିତ୍ । ରାଜ୍ୟରେ କୋଭିଡ୍ ପରୀକ୍ଷାକୁ ବ୍ୟାପକ କରିବା ପାଇଁ ଏ କ୍ଷେତ୍ରରେ ସ୍ଥାନୀୟ ଏମ୍ସର ନିଦେ୍ର୍ଧଶକଙ୍କୁ କ୍ଷମତା ଦିଆଯିବା ଦରକାର । ଫଳରେ ରାଜ୍ୟରେ ଥିବା ଘରୋଇ ଲାବ୍ଗୁଡ଼ିକୁ କରୋନା ପରୀକ୍ଷଣ ପାଇଁ ଏମ୍ସ ନିଦେ୍ର୍ଧଶକ ନିଦେ୍ର୍ଧଶ ପ୍ରଦାନ କରିପାରିବେ । ରାଜ୍ୟକୁ ଆବଶ୍ୟକ ସଂଖ୍ୟକ କୋଭିଡ୍ ପରୀକ୍ଷଣ କିଟ୍ ଯୋଗାଇ ଦେବା ଉଚିତ । ଏହାଦ୍ୱାରା ପରୀକ୍ଷା ବୃଦ୍ଧି ପାଇବ । ବୈଠକରେ ସଚିବ ନିକୁଞ୍ଜ ବିହାରୀ ଧଳ ଓ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons